ଦିନକରେ ୧ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ

Corona In UK Covid Cases Cross One Lakh In A Day

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ୟୁକେରେ ଗୋଟିଏ ଦିନରେ କରୋନାର ସର୍ବାଧିକ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଗତ ସପ୍ତାହରେ ସର୍ବାଧିକ ୯୩ ହଜାର ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହା ୧ ଲକ୍ଷ ୬ ହଜାର ୧୨୨ ରହିଛି । ଏଥିସହ ୨୮ ଦିନ ମଧ୍ୟରେ ୧୪୦ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି ।

ପୂର୍ବ କରୋନା ପ୍ରବାହରେ ୟୁକେରେ ସର୍ବାଧିକ ୬୮ ହଜାର ଦୈନିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ କରୋନାର ଚଳିତ ପ୍ରବାହ ନୂଆ ରେକର୍ଡ ସୃଷ୍ଟି କରିଛି । ଏହାକୁ ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଚିନ୍ତାବ୍ୟକ୍ତ କରିଛନ୍ତି । ଓମିକ୍ରନକୁ ଗୁରୁତର ସହ ନେଇ ଅତିରିକ୍ତ ଉପାୟର ଆବଶ୍ୟକତା ଥିବା କହିଛନ୍ତି । ହାଇ ରିସ୍କରେ ଥିବା ଛୁଆଙ୍କୁ ଟିକା ଦେବା ଉଚିତ୍ ବୋଲି ମତ ଦେଇଛି ୟୁକେର ସଂଯୁକ୍ତ ସମିତି ।

ଅନ୍ୟପଟେ ଆମ ଦେଶ ଭାରତରେ ବି ବଢ଼ୁଛି ଓମିକ୍ରନ୍ ସଂକ୍ରମଣ ମାମଲା । ବୁଧବାର ଗୁଜାରଟରୁ ୯ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଇ ୨୩୮ରେ ପହଞ୍ଚିଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ ।

Leave a Reply