ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯ଲକ୍ଷ ପାର୍

କରୋନା ମାହାମାରୀ ସାରା ବିଶ୍ୱରେ ତା ବିଧ୍ୱଂସାବଶେଷ ଜାରି ରଖିଛି । ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ୱାର୍ଲ୍ଡୋମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୮୯ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏଥି ସହିତ, ଏହି ସଂକ୍ରମଣର ମୃତ୍ୟୁ ସଂଖ୍ୟା ଚାରି ଲକ୍ଷ ୬୬ ହଜାରରୁ ଅଧିକ ହୋଇଛି। ତେବେ ଏହି ଭାଇରସରେ ଅଧିକ ପ୍ରଭାବିତ କରିଛି ଆମେରିକାକୁ । ଏପର୍ଯ୍ୟନ୍ତ ଏଠାରେ ମହାମାରୀ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ପାଞ୍ଚ ହଜାରରୁ ଅଧିକ ମୃତ୍ୟୁ

ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ପାଞ୍ଚ ହଜାରରୁ ଅଧିକ ପ୍ରାଣ ନେଇସାରିଲାଣି । ଏଥି ସହିତ ଗତ ୨୪ଘଣ୍ଟାରେ  ଦୁଇ ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଖୁସି ଖବର ହେଉଛି ଦିନକୁ ଦିନ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୪୭ ଲକ୍ଷ ୩୮ ହଜାର ୫୪୨ ଲୋକ ଏହି ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

କେଉଁଠାରେ କେତେ ସଂକ୍ରମିତ କେତେ ମୃତ ?

କରୋନା ଏବେ ସାରା ବିଶ୍ୱରେ ତା ଭୟଙ୍କର ରୂପ ଦେଖାଇସାରିଛି । ଆଉ ଆମେରିକା ଏବେ ମାହାମାରୀ ବିରୁଧରେ ସଂଘର୍ଷ କରିଚାଲିଛି । ଏହି ସଂକ୍ରମଣ କାରଣରୁ ଏପର୍ଯ୍ୟନ୍ତ  ସୁଧା ଆମେରିକାରେ ୨୩ ଲକ୍ଷ ୩୦ ହଜାର  ୫୮୭ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ଘଣ୍ଟାରେ ଏଠାରେ ୩୬ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ ୫୦୦ରୁ ଅଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆମେରିକା ପରେ ବ୍ରାଜିଲ ହେଉଛି ଦ୍ୱିତୀୟ ଦେଶ, ଯେଉଁଠାରେ କରୋନା ସଂକ୍ରମଣର ସଂଖ୍ୟା ୧ ମିଲିୟନ ଅତିକ୍ରମ କରିଛି । ବ୍ରାଜିଲରେ ଏହି ମହାମାରୀ ଦ୍ୱାରା ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକା: ମାମଲା – ୨୩,୩୦,୫୮୭ ମୃତ୍ୟୁ – ୧,୨୧,୯୮୦

ବ୍ରାଜିଲ: ମାମଲା – ୧୦,୭୦,୧୩୯ ମୃତ୍ୟୁ – ୫୦,୦୫୮

ଋଷ: ମାମଲା – ୫,୭୬,୯୫୨ ମୃତ୍ୟୁ – ୮,୦୦୨

ଭାରତ: ମାମଲା – ୪,୧୧,୭୨୭ ମୃତ୍ୟୁ – ୧୩,୨୭୭

ବ୍ରିଟେନ: ମାମଲା – ୩,୦୩,୧୧୦ ମୃତ୍ୟୁ – ୪୨, ୫୮୯

ସ୍ପେନ୍: ମାମଲା – ୨,୯୩,୦୧୮ ମୃତ୍ୟୁ – ୨୮,୩୨୨

ପେରୁ: ମାମଲା – ୨,୫୧,୩୩୮ ମୃତ୍ୟୁ – ୭,୮୬୧

ଇଟାଲୀ: ମାମଲା – ୨,୩୮,୨୭୫ ମୃତ୍ୟୁ – ୩୪,୬୧୦

Leave a Reply