ବୟସ୍କଙ୍କ ପାଇଁ କରୋନା ବଡ଼ ବିପଦ: ପ୍ରତି ୧ହଜାର ଜଣଙ୍କ ମଧ୍ୟରେ ୩ରୁ ୧୩୪ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର:  କରୋନାରେ କେଉଁ ବୟସରେ ଲୋକଙ୍କ ପାଇଁ କେତେ ସ୍ୱାସ୍ଥ୍ୟଗତ ସଙ୍କଟ ରହିଛି । ତାକୁ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁକୁ ଆକଳନ କରି ସବୁ ବର୍ଗର ଲୋକଙ୍କୁ ସତର୍କ କରାଇଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ ମୁଖପାତ୍ର ସୁବ୍ରତ ବାଗଚୀ । ବିଶ୍ୱ ହିସାବ କହୁଛି ପ୍ରତି ହଜାରେ ସଂକ୍ରମିତଙ୍କ ଭିତରୁ ୪୦ରୁ ୫୦ ବର୍ଷ ବୟସର ଲୋକଙ୍କ ମଧ୍ୟରୁ 3ଜଣଙ୍କ ମୃତ୍ୟୁ ହେଉଛି । ସେହିଭଳି ୫୦ରୁ ୬୦ ବର୍ଷ ବୟସ ମଧ୍ୟରେ ୧୨.୫ ଜଣ, ୬୦ ବର୍ଷରୁ ଊର୍ଦ୍ଦ୍ୱ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୪୦ ଏବଂ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ଏପ୍ରିଲ ୧୨ ତାରିଖ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସର ୯ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ବେଳେ ଆଜିକୁ ଏହି ହାର ୧୨ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ଏପ୍ରିଲ ୧୨ ତାରିଖ ସୁଦ୍ଧା ୨୪% ଲୋକ ସଂକ୍ରମିତ ହୋଇଥିବା ବେଳେ ଏପ୍ରିଲ 24 ତାରିଖରେ ଏହି ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ସଂକ୍ରମଣର ଏହି ହାରକୁ ଦେଖି ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସତର୍କ କରାଇଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ।

Leave a Reply