ଦେଶରେ ପୁଣି ହେବକି ଲକଡାଉନ? ସ୍ପଷ୍ଟୀକରଣ ଦେଲେ ଡାଭଡେକର

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ସବୁ ରାଜ୍ୟ । କିଛି ରାଜ୍ୟରେ କଟକଣା କଡାକଡି କରାଯାଉଥିବା ବେଳେ ଲୋକଙ୍କ ମନରେ ପୁଣି ଲକଡାଉନକୁ ପ୍ରଶ୍ନ ଉଙ୍କି ମାରୁଛି । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଲଗାତାର ଦେଖାଯାଉଛି ସେହି ରାଜ୍ୟ ମାନଙ୍କ ସହ କେନ୍ଦ୍ର ସରକାର କ୍ରମାଗତ ଭାବେ ଆଲୋଚନା କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମ୍ୟାନେଜମେଣ୍ଟର ଉପାୟ ଗତ ବର୍ଷ ଜନସାଧାରଣ ଦେଖିଛନ୍ତି । ଯଦି ଚଳିତ ବର୍ଷ କରୋନାର ମ୍ୟାନେଜମେଣ୍ଟ ଠିକ୍ ଭାବେ ହେଲେ ସଂକ୍ରମଣ ବ୍ୟାପିବ ନାହିଁ । ହେଲେ ସରକାରଙ୍କ ତରଫରୁ ଲକଡାଉନ୍ ଲାଗୁ ହେବ କି ନାହିଁ ସେନେଇ କୗେଣସି ନିଷ୍ପତ୍ତି ହୋଇନାହିଁ ।

୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନେବେ କରୋନା ଟିକା । ଏପ୍ରିଲ ୧ରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ସମସ୍ତଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଅତି ସହଜରେ ସରକାରୀ-ପ୍ରାଇଭେଟ୍ ସେଣ୍ଟର୍ସରୁ ଟିକା ମିଳିପାରିବ । ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତି ଏବଂ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ସରକାର ଅଭିଯାନ ଆରମ୍ଭ କରିଥିଲେ । ଏହି ଟିକାକରଣ ପର୍ଯ୍ୟାୟକୁ ସରକାର ବୃଦ୍ଧି କରିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ ବୋଲି କହିଛନ୍ତି । କେନ୍ଦ୍ର କ୍ୟାବିନେଟ ମିଟିଂରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Health worker

ତେବେ ଏଯାବତ୍ ୪.୮୫ କୋଟି ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଥିବା ବେଳେ ପାଖାପାଖି ୮୦ ଲକ୍ଷ ଲୋକଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

Leave a Reply