୩୦ ପଇସାରେ କରୋନା ଔଷଧ,ଭାରତ ପାଖରେ Dexametasoneର ଭଣ୍ଡାର

କରୋନା ଭାଇରସର ନିବାରଣ ଭାବେ ବିରାଟ ଆଶା ଭାବେ ଉଭା ହୋଇଛି ଡେକ୍ସାମିଥେସୋନ୍ । ଏହି ଔଷଧକୁ କରୋନାର ସମ୍ଭାବ୍ୟ ନିବାରକ ବୋଲି କୁହାଯାଉଛି । ଭାରତ ପାଖରେ ରହିଛି ଏହାର ଭଣ୍ଡାର । ଭାରତରୁ ଏହି ଔଷଧ ୧୦୭ ଦେଶକୁ ରପ୍ତାନୀ ହୋଇଥାଏ । ୧୦ଟି ବଟିକା ଥିବା ଗୋଟିଏ ଷ୍ଟ୍ରିପର ଦାମ ହେଉଛି ୩ ଟଙ୍କା । ମାନେ ଗୋଟିଏ ବଟିକାକୁ ୩୦ ପଇସା ।କରୋନା ଭାଇରସର ରାମବାଣ ବୋଲି କୁହାଯାଉଥିବା ଏହି ଔଷଧକୁ ଭାରତ ୧୦୭ ଦେଶକୁ ରପ୍ତାନୀ କରିଥାଏ । ଯାହାର ରପ୍ତାନୀ ମୁଲ୍ୟ ହେଉଛି ପ୍ରାୟ ୧୧୬.୭୮ଟଙ୍କା ।

ଏହି ଔଷଧର ଉପଯୋଗ ରହ୍ୟୁମେଟିକ୍ ରୋଗ,ତ୍ୱତା ସମ୍ବନ୍ଧୀୟ ରୋଗ,ଆଲର୍ଜୀ,ଦମା,ଦାନ୍ତ ଓ ଆଖି ଫୁଲିବା ପାଇଁ ବ୍ୟବହାର ହୋଇଥାଏ । ଏହା ଏକ ଷ୍ଟେରୟଡ୍ । ଡାକ୍ତରଙ୍କ ପରାମର୍ଶରେ ଏହାକୁ ରୋଗୀଙ୍କୁ ଦିଆଯାଇଥାଏ ।

ଭାରତରେ ଏହି ଔଷଧକୁ ସବୁଠାରୁ ଅଧିକ ଜାଇଡର କାଡିଲା,ୱାର୍କହାଟ,କାଡିଲା ଫାର୍ମସୁଟିକାଲ,ଜିଏଲଏସ ଫାର୍ମା ଓ ବିଥ୍ ଲିମିଟେଡ୍ ନାମକ କଂପାନୀ ତିଆରି କରିଥାନ୍ତି । ଭଲ ଖବର ହେଲା ଏହି ଔଷଧ ବହୁତ ଶସ୍ତା । ୧୦ ଟି ବଟିକାର ଦାମ୍ ମାତ୍ର ୩ଟଙ୍କା । ଅର୍ଥାତ ଗୋଟିଏ ବଟିକାର ଦାମ ୩୦ ପଇସା ।

 

ବ୍ରିଟେନରେ ୨୧୦୪ ଜଣ କରୋନା ରୋଗୀଙ୍କ ଉପରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ କ୍ଲିନିକାଲ ଟ୍ରାଏଲ କରିଥିଲେ । ପରିଣାମ ଗବେଷକଙ୍କୁ ଚମକାଇ ଦେଇଥିଲା । ଏହି ଔଷଧ ଖାଇଥିବା ରୋଗୀଙ୍କ ମଧ୍ୟରୁ ଭେଣ୍ଟିଲେଟରରେ ଥିବା ଏକ ତୃତୀୟାଂଶ ମୃତ୍ୟୁହାର କମିଯାଇଥିଲା ।

 

Leave a Reply