ପବନରେ ବ୍ୟାପୁଛି ଓମିକ୍ରନ ଭାରିଆଣ୍ଟ, ହଂକଂ ୟୁନିଭରସିଟିର ଅଧ୍ୟୟନରୁ ଖୁଲାସା

ପବନରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏଭଳି ତଥ୍ୟ ଆସିବା ପରେ ଏବେ ଚିନ୍ତା ବଢିବାରେ ଲାଗିଛି । ହଂକଂ ୟୁନିଭରସିଟିର ଏକ ଅଧ୍ୟୟନରୁ ଏଭଳି ଖୁଲାସା ହୋଇଛି । ଅଧ୍ୟୟନରେ କୁହାଯାଇଛି ଏକ ହୋଟଲରେ ଦୁଇ ଜଣ ଯୁବକ ଥିଲେ, ସେମାନେ ହୋଟେଲ ବାହାରକୁ ଯାଇନଥିଲେ କି କାହା ସହ ମିଶି ନଥିଲେ । ତଥାପି ଏମାନେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏଥି ସହ ହୋଟେଲରେ ଥିବା ଅନ୍ୟ ଲୋକ ମଧ୍ୟ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଅଧ୍ୟୟନରେ କୁହାଯାଇଛି । ଡେଲଟା ଠାରୁ ଅଧିକ ସଂକ୍ରମାକ ଓମିକ୍ରନକୁ ହଂକଂ ୟୁନିଭରସିଟିର ଏଭଳି ଦାବି ଏବେ ଚିନ୍ତାକୁ ଦ୍ୱି ଗୁଣିତ କରିଛି ।

ସେପଟେ ମହାରାଷ୍ଟ୍ରରୁ ଆଉ ଦୁଇ ଓମକ୍ରିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଭାରତରେ ଏ ଯାବତ ୨୩ ଜଣ ସଂକ୍ରମିତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ସମସ୍ତ ରାଜ୍ୟରେ ଟିକାକରଣ ଜୋରଦାର କରାଯିବା ସହ ବିମାନବନ୍ଦର ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ କରାଯିବା ସହ ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି । ସେପଟେ ଯେଉଁ ରାଜ୍ୟରେ ସଂକ୍ରମିତମାନେ ଚିହ୍ନଟ ହୋଇଛନ୍ତି ସେଠାକାର ସରକାର ସ୍ଥିତି ଉପରେ ନଜର ରଖିବା ସହ ରାଜ୍ୟବାସୀ କରୋନା କଟକଣା ମାନି ଚଳିବା ପାଇଁ ଅପିଲ୍ କରିଛନ୍ତି । ଏପଟେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଦାବି କରିଛି ଭାରତୀୟ ମେଡିକାଲ ଆସୋସିଏସନ୍

Leave a Reply