କରୋନାର ୟୁ-ଟର୍ନ ! ପୁଣି କାୟା ବିସ୍ତାର କରୁଛି, ଜୀବନ ନେଉଛି

1 min read
CORONA

ନୂଆଦିଲ୍ଲୀ: କରୋନାର ୟୁ-ଟର୍ନ । କିଛିଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କରୁଛି କରୋନା । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୩ହଜାର ୨୮୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଗୋଟିଏ ଦିନରେ ହିଁ ୧୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା ୧କୋଟି ୧୩ ଲକ୍ଷ ୮ହଜାର ୮୪୬ରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ୧୫ ହଜାର ୧୫୭ ଜଣ ସୁସ୍ଥ ହୋଇଛନ୍ତି ।

ସପଟେ ମହାରାଷ୍ଟ୍ରରେ ଚିନ୍ତାଜନକ ସ୍ଥିତିରେ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ବଢୁଥିବା ବେଳେ ଆକ୍ଟିଭ୍ କେସ୍ ବି ବଢୁଛି । ମହାରାଷ୍ଟ୍ରରେ ୧୦ରୁ ୮ ଜିଲ୍ଲାରେ ସବୁଠୁ ଅଧିକ ଆକ୍ଟିଭ୍ କେସ୍ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆକ୍ଟିଭ୍ କେସ୍‌ରେ ପୁନେ, ନାଗପୁର, ଥାନେ ଓ ମୁମ୍ବାଇ ସବୁଠୁ ଆଗରେ ରହିଛି । ନାଗପୁରରେ କଡ଼ା କଟକଣା ଲାଗୁ କରାଯାଇ ସଂକ୍ରମଣ କାବୁ କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ।  ଏନେଇ ନୀତି ଆୟୋଗ ସଦସ୍ୟ ଡା. ଭି.କେ.ପଲ୍ ସୂଚନା ଦେଇଛନ୍ତି ।

ସେପଟେ ସାରାଦେଶରେ ଜୋରଦାର ଚାଲିଛି ଟିକାକରଣ ପ୍ରକ୍ରିୟା । ହେଲେ ମହାରାଷ୍ଟ୍ରରେ ଟିକାର ୨ଟି ଡୋଜ୍ ନେବା ପରେ ବି ଦୁଇ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନା ଏବେ ନିୟନ୍ତ୍ରଣରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ସଂକ୍ରମଣ ଯଥେଷ୍ଟ କମ୍‌ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

Leave a Reply