ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ଅଭଦ୍ରାମୀ: ବିନା ପୋଷାକରେ ବୁଲୁଛନ୍ତି ତବଲିଗି ଜମାତର କରୋନା ସନ୍ଦିଗ୍ଧ !

1 min read

ସ୍ୱାସ୍ଥ୍ୟାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କରୋନା ମୁକାବିଲାରେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଗାଜିଆବାଦର ଏମଏମ୍‌ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତବଲିଗି ଜମାତର କରୋନା ସନ୍ଦିଗ୍ଧମାନେ ନିରନ୍ତର ଦୁର୍ବ୍ୟବହାର କରୁଛନ୍ତି । ସନ୍ଦିଗ୍ଧମାନେ ନର୍ସଙ୍କ ସାମ୍ନାରେ ପୋଷାକ ବଦଳାଉଛନ୍ତି । ଏଭଳି କି କିଛି ସନ୍ଦିଗ୍ଧ ବିନା ପୋଷାକରେ ମେଡିକାଲ ପରିସରରେ ବୁଲୁଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଗାଜିଆବାଦ ପୋଲିସ ।

 

ଅପରପକ୍ଷରେ ଡାକ୍ତରଖାନାର ସିଏମଏଲଏସ୍ ରବୀନ୍ଦ୍ର ରାଣା କହିଛନ୍ତି ଯେ, ତବଲିଗି ଜମାତ ସହ ଜଡ଼ତି କରୋନା ସନ୍ଦିଗ୍ଧ ଖରାପ ଆଚରଣ କରୁଛନ୍ତି । ସେମାନେ ବରମ୍ୱାର ଅଶ୍ଳୀଳ ବ୍ୟବହାର କରୁଛନ୍ତି । ସାମାନ୍ୟ କଥାକୁ ନେଇ ହସ୍ପିଟାଲରେ ହଙ୍ଗାମା କରୁଛନ୍ତି ।

ସୂଚନାନୁସାରେ, ଗାଜିଆବାଦ ଜିଲ୍ଲା ପ୍ରଶାସନ ଏହି ଲୋକଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ସେମାନଙ୍କୁ ଜେଲ ବ୍ୟାରେଜରେ ତାଲା ପକାଇବାକୁ ଚିନ୍ତା କରୁଛନ୍ତି।

 

Leave a Reply