କକଟେଲ୍ ଡୋଜ୍ ରେ ଦିନକରେ ଉଭାନ ହୋଇଗଲା କରୋନା

 କରୋନା  କାଳରେ ହାଇଦ୍ରାବାଦରୁ ଆସିଛି ଭଲ ଖବର । ଡେଲ୍ଟା ଭାଇରସ୍ ବିରୋଧରେ ଏବେ ସବୁଠି ଚାଲିଛି ରିସର୍ଚ୍ଚ । ରିସର୍ଚ୍ଚରୁ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି । ଗୋଟିଏ ଦିନରେ ଉଭାନ ହୋଇଗଲା କରୋନର ସବୁ ଲକ୍ଷଣ । ଏପରି ଚାଞ୍ଚଲ୍ୟକର ଖବର ଆସିଛି ହାଇଦ୍ରାବାଦର ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଣ୍ଟ୍ରୋଲୋଜିରୁ । ୪୦ଜଣ କୋଭିଡ ରୋଗୀଙ୍କୁ ମୋନୋକ୍ଲୋନାଲ ଆଣ୍ଟିବଡିର କକଟେଲ୍ ଗୋଟିଏ ଡୋଜ୍ ଦିଆଯାଇଥିଲା । ଏବଂ ଫଳସ୍ବରୂପ ୨୪ ଘଣ୍ଟାରେ ସେମାନେ ସୁସ୍ଥ ହୋଇଛନ୍ତି । ସମସ୍ତ କ୍ଲିନିକାଲ ଲକ୍ଷଣ ଯେମିତିକି ଜ୍ବର, ଥଣ୍ଡା ଏସବୁ ଗାୟବ ହୋଇଯାଇଛି । ଏପରି ସୂଚନା ଦେଇଛନ୍ତି ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନାଗେଶ୍ବର ରେଡ୍ଡୀ । ପୂର୍ବରୁ ଆମେରିକାରେ ରିସର୍ଚରୁ ଜଣାପଡିଥିଲା ଏହି ଥେରାପୀ ବ୍ରିଟିଶ୍, ବ୍ରାଜିଲିଆନ ଓ ସାଉଥ ଆଫ୍ରିକାନ୍ ଭାରିଆଣ୍ଟ ବିରୋଧରେ ଲାଭପ୍ରଦ । ପୂର୍ବରୁ ଡେଲଟା ଭାରିଆଣ୍ଟ ବିରୋଧରେ ଏହି ଥେରାପୀ କେବେ ବ୍ୟବହାର ହୋଇନଥିଲା । ଏହି ଥେରାପୀରେ ଅଳ୍ପ ଲକ୍ଷଣ ଥିବା ରୋଗୀ ଗୁରୁତର ହେବେନି । ପୂର୍ବ ବର୍ଷ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ପଜିଟିଭ ହୋଇଥିବା ବେଳେ ତାଙ୍କୁ ଏହି ଥେରାପି ଦିଆଯାଇଥିଲା । ସଂକ୍ରମିତ ହେବାର ୩ରୁ ୭ଦିନ ମଧ୍ୟରେ ଏହି ଥେରାପି ଦିଆଯାଏ । ଏଥିରେ ୨ଟି ମେଡିସିନ୍ କାସିରିଭିମାବ୍ ଓ ଇଣ୍ଡେଭିମାବ୍ ରହିଛି । ଯାହାର ଦାମ୍ ୭୦ହଜାର ଟଙ୍କା । ତେବେ ଏହି ଥେରାପିର ବହୁଳ ବ୍ୟବହାର କ୍ଷତିକାରକ ହୋଇପାରେ । ଏହି ଥେରାପି ନେଇଥିବା ରୋଗୀ ୩ମାସ ପରେ ଭ୍ୟାକିସନ ନେବେ । ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏପରି ପରାମର୍ଶ ଦିଆଯାଇଛି ।

Leave a Reply