କମିଲା କରୋନା ଟେଷ୍ଟିଂ ଫି’, ୪ ଶହ ଟଙ୍କାରେ ହେବ RT-PCR ଟେଷ୍ଟ୍‌

1 min read
RT-PCR Test @ 400

ଭୁବନେଶ୍ୱର: କମିଲା କରୋନା ଟେଷ୍ଟିଂ ଫି । ଘରୋଇ ଲାବ୍ରୋଟୋରୀରେ ମାତ୍ର ୪ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ସମସ୍ତ ପରୀକ୍ଷା ଭୁବନେଶ୍ୱର RMRC ତତ୍ତ୍ୱାବଧାନରେ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । କରୋନାର RT-PCR ଟେଷ୍ଟ ପାଇଁ ମାତ୍ର ୪ ଶହ ଟଙ୍କା ଫି’ ଧାର୍ଯ୍ୟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟମାନେ ଏହି କରୋନା ଟେଷ୍ଟ ପାଇଁ ୮୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା ସରକାର ଏହାର ଅଧା ମୂଲ୍ୟରେ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଘରୋଇ ହସ୍ପିଟାଲ ବା ଲାବ୍ରୋଟୋରୀ ଗୁଡ଼ିକ କରୋନା ଟେଷ୍ଟିଂ ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । କରୋନା ଟେଷ୍ଟ ପାଇଁ ବିଭିନ୍ନ ଆଳ ଦେଖାଇ ଘରୋଇ ହସ୍ପିଟାଲ ଗୁଡ଼ିକରେ ପ୍ରାୟ ୨,୫୦୦ ରୁ ୩୦୦୦ ଟଙ୍କା ନେଉଥିଲେ ବୋଲି ସୂଚନା ରହିଛି ।  ହେଲେ ରାଜ୍ୟ ସରକାର ତାହା ବନ୍ଦ କରିଦେଇଛନ୍ତି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଚାର କରାଯାଇଥିଲା । ଏଣିକି ଘରୋଇ ହସ୍ପିଟାଲ ହେଉ କିମ୍ବା ଘରୋଇ ଲାବ୍ରୋଟୋରୀ ହେଉ, ଯେଉଁଠି ବି କରୋନା ଟେଷ୍ଟିଂ କରିବେ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ସରକାର ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର କରୋନା କଟକଣା ଅନେକାଂଶରେ କୋହଳ କରିଛନ୍ତି । ଏଥର ୧୦୦ ନୁହେଁ ବରଂ ବିବାହ ବ୍ରତ ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି ।

Leave a Reply