ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଗଞ୍ଜାମରେ ପୁଣି ସର୍ବାଧିକ ଆକ୍ରାନ୍ତ ! ଜାଣନ୍ତୁ ଆଜି କେଉଁଠୁ କେତେ ?

1 min read
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ । ଏହି ୧୩୨୦ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ରେ ପହଞ୍ଚିଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୮୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏତେ ସଂଖ୍ୟାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ଏବେ ପ୍ରତିଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଚିହ୍ନଟ ହେଉଛନ୍ତି । ଯାହାକି ବଡ଼ ଚିନ୍ତାର ବିଷୟ । ୧୩୨୦ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।
corona

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ । ଏହି ୧୩୨୦ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ରେ ପହଞ୍ଚିଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୮୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏତେ ସଂଖ୍ୟାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ଏବେ ପ୍ରତିଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଚିହ୍ନଟ ହେଉଛନ୍ତି । ଯାହାକି ବଡ଼ ଚିନ୍ତାର ବିଷୟ ।

୧୩୨୦ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଶେଷ ଥର ପାଇଁ ରାଜ୍ୟରେ ୮୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧାରେ ରାଜ୍ୟରେ ୪ ଲକ୍ଷ ୪୬ ହଜାର ୩୧୧ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୪ ହଜାର ୧୩ ରହିଛି । ସେପଟେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫ ହଜାର ୨୦୦ରେ ପହଞ୍ଚିଥିବା ବେଳେ ୮ ହଜାର ୬୫୦ଟି ମାମଲା ଏବେ ସକ୍ରିୟ ରହିଛି ।

Leave a Reply