ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୭ହଜାର ପାର୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ?

1 min read

ଭୁବନେଶ୍ୱର: ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ରାଜ୍ୟରେ ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୋମବାରରେ ୧୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫୨୮ ସଂକ୍ରମିତ ଚିନ୍ତା ବଢାଇଛି । ଏଥିମଧ୍ୟରୁ ୯୪୮ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୫୮୦ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ସୋମବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୨୧୮ ଓ ଗଞ୍ଜାମରୁ ୨୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧୦, ଭଦ୍ରକରୁ ୭୦, ବଲାଙ୍ଗୀରରୁ ୫୯, ବୌଦ୍ଧରୁ ୭ , କଟକରୁ ୭୨, ଢେଙ୍କାନାଳରୁ ୧୦୭, ଗଜପତିରୁ ୩୧, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୩୧ , କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୭, କେନ୍ଦୁଝରରୁ ୫, କୋରାପୁଟ ୬୭, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୨, ପୁରୀରୁ ୨୬, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬, ସୋନପୁରରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୧୫୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୯୪୮ ଓ ଲୋକାଲ କେସ ୫୮୦ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୧ ହଜାର ୭୮୪ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୩୩୪ଟି ସକ୍ରିୟ ମାମଲା ରହିଛି ।

Leave a Reply