spot_img

Latest Posts

ମହାମାରୀ ବିରୋଧରେ ଆରମ୍ଭ ହେଲା ମହାସମର

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ।  ଦେଶବ୍ୟାପୀ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାର ଶୁଭାରମ୍ଭ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ କରୋନା ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି।ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ କୋଭିଡ ଟିକାକରଣ ହେଉଛି। ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣଙ୍କୁ କୋଭିଡ ଭାକସିନ୍‌ ଦିଆଯିବ। ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି। ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ଟିକା ପ୍ରସ୍ତୁତକାରୀ ପ୍ରଥମ ଟିକା ନେବା ପାଇଁ ହକଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପ୍ରଥମ ପଯର୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ।

ଦେଶର ପ୍ରଥମ ସର୍ବବୃହତ ଟିକାରଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। କେମିତି ଟିକା ଦିଆଯିବ, ସେନେଇ ପୂର୍ବରୁ ଦେଶରେ ୩ଟି ପର୍ଯ୍ୟାୟରେ ଡ୍ରାଏ ରନ କରାଯାଇଥିଲା। ଟିକାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।

ଟିକାର ଦୁଇଟିଯାକ ଡୋଜ୍ ନେବାକୁ ମୋଦି ଅନୁରୋଧ କରିଛନ୍ତି। ଗୋଟିଏ ଟିକା ନେବା ପରେ ଦ୍ୱିତୀୟ ଟିକା ନେବା ମଧ୍ୟରେ ଏକ ମାସର ବ୍ୟବଧାନ ରହିବ। ଟିକା ନେବା ପରେ ଧୈର୍ଯ୍ୟ ହରା ନହୋଇ ସମସ୍ତେ କୋଭିଡ ନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ମାସ୍କ ପିନ୍ଧା ସହ ଦୁଇ ଗଜ ଦୂରତା ରକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫ କୋଟି ଭାରତୀୟଙ୍କୁ ଟିକା ଦିଆଯିବ । ବିଦେଶୀ ଟିକାର ଗୋଟିଏର ଡୋଜର ଦାମ ୫ ହଜାର ଟଙ୍କା ଥିବା ବେଳେ, ମାଇନସ ୩୭ ଡିଗ୍ରୀ ତାପମାତ୍ରାରେ ରହିଥାଏ । କିନ୍ତୁ ବିଦେଶୀ ଟିକା ତୁଳନାରେ ଭାରତୀୟ ଟିକା ଶସ୍ତା । ଶିଶୁଙ୍କ ପାଇଁ ୬୦ ପ୍ରତିଶତ ଟିକା ଭାରତରେ ତିଆରି ହୋଇଥାଏ । କରୋନା ଟିକାକରଣ ଅଭିଯାନର ଶୁଭାରମ୍ଭ ସମୟରେ ଭାବୁକ ହୋଇ ପଡିଥିଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ଶୁଭ କାମନା କରିଛନ୍ତି ମୋଦି ।

Latest Posts

Don't Miss