ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା, ୬ ମାସ ପରେ ୩ ଅଙ୍କ ଛୁଇଁଛି ସଂକ୍ରମଣ

ଭୁବନେଶ୍ୱର: ୬ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ୩ ଅଙ୍କ ଛୁଇଁଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସକ୍ରିୟ ସଂଖ୍ୟା ୪୨୯କୁ ବୃଦ୍ଧି ହୋଇଛି । ଦିନକରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ଦୈନିକ ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ଉପରମୁହାଁ ହୋଇଛି । ଦେଶ ଓ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସର୍ଭେଲାନ୍ସ ବଢ଼ାଇବା ସହ ଅନେକ ଗୁଡ଼ିଏ ଆଗୁଆ ପଦକ୍ଷେପ ନେଇଛି । ଲକ୍ଷଣ ଥିବା ରୋଗୀ ତୁରନ୍ତ ନିଜର କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବୃଦ୍ଧି ପାଇଥିଲେ ବି ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନଭେମ୍ବରରେ ଓଡ଼ିଶାରରେ ପିକ୍ ଛୁଇଁଥିଲା କରୋନା । ସଂକ୍ରମଣ ବୃଦ୍ଧି ହେଉଥିଲେ ବି ରୋଗୀ ଗୁରୁତର ହେଉନାହାନ୍ତି, ଡାକ୍ତରଖାନାରେ ଆଡମିଟ୍ ବି ହେଉନାହାନ୍ତି ।