ପଟ୍ଟ ପରିବର୍ତ୍ତନ କରୁଛି କରୋନା, ମାସ୍କ-ସାମାଜିକ ଦୂରତାକୁ ବି ଦେଇପାରେ ମାତ୍‌…

1 min read
China's New Covid-19 Out Breaks

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ରୂପ । ଯାହାକି ସାଧାରଣ ମାସ୍କ କିମ୍ବା ସାମାଜିକ ଦୂରତାକୁ ମଧ୍ୟ ମାତ୍‌ ଦେଇପାରେ । ବିଶେଷଜ୍ଞମାନେ ଏକ ନୂତନ ଅଧ୍ୟୟନ ପରେ କହିଛନ୍ତି ଯେ, କରୋନା ଏବେ ଏକ ନୂଆ ରୂପ ନେଇ ସଂକ୍ରମିତ ହେଉଛି । ସାମାଜିକ ଦୂରତା ତଥା ମାସ୍କ ବ୍ୟବହାର ମଧ୍ୟ ଏହାକୁ ରୋକିପାରିବ ନାହିଁ । ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକ ବଡ଼ ସର୍ଭେରୁ ଜଣାପଡ଼ିଛି ଯେ, ଆମେରିକାର ଟେକ୍ସାସ୍, ହ୍ୟୁଷ୍ଟନ୍‌ରେ କରୋନାର ନୂଆ ରୂପ ବହୁଳମାତ୍ରାରେ ଦେଖାଯାଇଛି । ୯୯.୯ ପ୍ରତିଶତ କରୋନା ସଂକ୍ରମିତ  ନିକଟରେ ଏବେ D614G ଥିବା ବୋଲି ଜଣାପଡ଼ିଛି ।

କରୋନା ଜୀବାଣୁର ନୂତନ ଷ୍ଟ୍ରେନ୍ D614G ବିଷୟରେ ପୂର୍ବରୁ ସୂଚନା ରହିଛି । କିନ୍ତୁ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ଏନେଇ ଅଧିକ ତଥ୍ୟ ଦେଇଛନ୍ତି । ଏହି ରିପୋର୍ଟ ବୁଧବାର MedRxiv ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ତେବେ ବୈଜ୍ଞାନିକଙ୍କ କହିବାନୁଯାୟୀ କରୋନାର ଏହି ନୂତନ ରୂପ ଅଧିକ ମାତ୍ରାରେ ସଂକ୍ରାମଣ ହେଉଥିଲେ ମଧ୍ୟ ବିଶେଷ ମାରାତ୍ମକ ନୁହେଁ ।

ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ନିଜକୁ ଏକ ନୂତନ ପରିବେଶରେ ଖାପ ଖୁଆଇ ସାରିଛି । ସାମାଜିକ ଦୂରତା, ହାତ ଧୋଇବା କିମ୍ବା ମାସ୍କ ଏହାର ସଂକ୍ରମଣକୁ ରୋକିପାରିବ ନାହିଁ । ଆମେରିକାର ଜଣେ ବିଶିଷ୍ଟ ବିଶେଷଜ୍ଞ ତଥା ଭାଇରୋଲୋଜିଷ୍ଟ୍ ଡେଭିଡ୍ ମୋରେନ୍ସ କହିଛନ୍ତି ଯେ, କରୋନାର ଏହି ନୂଆ ରୂପ ଅଧିକ ସଂକ୍ରାମିତ ହୋଇପାରେ, ଯାହା କରୋନା ନିୟନ୍ତ୍ରଣ ପାଇଁ ପ୍ରୟାସକୁ ମଧ୍ୟ ପ୍ରଭାବିତ କରିପାରେ ।

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, କରୋନାର ନୂତନ ପରିବର୍ତ୍ତନ, ସ୍ପାଇକ୍ ପ୍ରୋଟିନର ଗଠନକୁ ପ୍ରଭାବିତ କରିଥାଏ । ବିଶେଷଜ୍ଞମାନେ ଏହାର ପ୍ରାୟ ୫୦୮୫ଟି କେସ୍‌ ଷ୍ଟଡି କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ସେ କହିଛନ୍ତି, କରୋନାର ନୂଆ ରୂପ ପ୍ରଥମେ ମାର୍ଚ୍ଚରେ ଦେଖାଯାଇଥିଲା । ୭୧ ପ୍ରତିଶତ ସଂକ୍ରମିତଙ୍କ ନିକଟରେ ଏହି ନୂଆ ରୂପ ଦେଖାଦେଇଥିଲା । କିନ୍ତୁ ମେ’ ମାସରେ ଏହା ୯୯.୯ ପ୍ରତିଶତ କରୋନା ସଂକ୍ରମିତଙ୍କ ନିକଟରେ ଦେଖାଦେଇଥିଲା ।

Leave a Reply