ଦିନକରେ ୪୪ ହଜାର ୨୮୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୪ ହଜାର ୨୮୧ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ୫୧୨ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ମୋଟ୍ ସଂକ୍ରମିତ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ରେ ପହଞ୍ଚିଛି । ଏବେ ସୁଦ୍ଧା ସକ୍ରିୟ ମାମଲା ରହିଛି ୪ ଲକ୍ଷ ୯୪ ହଜାର ୬୫୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୮୦ ଲକ୍ଷ ୧୩ ହଜାର ୭୮୪ ଜଣ । ଏବେ ବି ଅନେକ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବାବେଳେ ଦିଲ୍ଲୀ ଓ କେରଳରେ ବଢିବାରେ ଲାଗିଛି ।

ସୋମବାର ଦିନ କେମିତି ଥିଲା ସଂକ୍ରମଣ

ଭାରତରେ କୋଭିଡ -19ର ୩୮୦୭୪ ନୂଆ ସଂକ୍ରମଣ ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମଣ ମାମଲା ରବିବାର ଦିନ ୮୫,୯୧,୭୩୧କୁ ବୃଦ୍ଧି ପାଇଛି । ୭୯ ଲକ୍ଷରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ହେବା ସହିତ ଦେଶରେ ରୋଗୀଙ୍କ ଆରୋଗ୍ୟ ହାର ୯୨.୬୪ ପ୍ରତିଶତ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରବିବାର ଦିନ ଦେଶରେ ସଂକ୍ରମଣ ହେତୁ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ହେତୁ ୧,୨୭,୦୫୯ ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାର ଅବସ୍ଥା ଶୋଚନୀୟ

ୱାର୍ଲ୍ଡମିଟର ଅନୁଯାୟୀ, ଆମେରିକାରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷ ୪୫ ହଜାର ୭୯୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୬ ଲକ୍ଷ ଏକ ହଜାର ୩୩୧ ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଆମେରିକାରେ ୩୭ ଲକ୍ଷ ୧୨ ହଜାର ୫୪ ଲୋକଙ୍କ ଚିକିତ୍ସା କରାଯାଉଛି, ଯେଉଁଥିରେ ୧୯ ହଜାର ୩୭୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ରିପୋର୍ଟ ହୋଇଛି। ଏହା ସହିତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୦ କୋଟି ୫୫ ଲକ୍ଷ ୯ ହଜାର ୧୮୪କୁ ବୃଦ୍ଧି ପାଇଛି।

Leave a Reply