ନୂତନ କରୋନା ସଂକ୍ରମଣ ମାମଲା ଓ ମୃତ୍ୟୁ ସପ୍ତାହକରେ ୫୧ ପ୍ରତିଶତ ବୃଦ୍ଧି

1 min read
Coronavirus India Sees Biggest Jump In Cases Till Date

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ସପ୍ତାହକର କରୋନା ଗ୍ରାଫ୍ ଚିନ୍ତା ବଢ଼ାଇ ଦେଇଛି । ଗତ ସପ୍ତାହକ ମଧ୍ୟରେ କରୋନା ମାମଲା ୫୧ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ସପ୍ତାହରେ ନୂଆ ସଂକ୍ରମଣ ମାମଲା ଗତ ସପ୍ତାହ ତୁଳନାରେ ୧.୩ ଲକ୍ଷ ଅଧିକ ରହିଛି । ମହାମାରୀ କରୋନା ବ୍ୟାପିବା ପରେ ଏହା ସବୁଠୁ ଅଧିକ ବୃଦ୍ଧି ବୋଲି ଜଣାପଡ଼ିଛି । କେବଳ ସଂକ୍ରମଣ ନୁହେଁ ମୃତ୍ୟୁ ମାମଲା ମଧ୍ୟ ବଢ଼ିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ମୃତ୍ୟୁ ମାମଲା ୫୧ ପ୍ରତିଶତ ବଢ଼ିଛି ।

ଦେଶରେ ବିଗତ ୨୪ ଘଣ୍ଟାରେ କରୋନାର ୬୮ ହଜାର ୨୦ଟି ନୂଆ ମାମଲା ଚିହ୍ନଟ ହୋଇଛି । ମୋଟ ସଂକ୍ରମଣ ମାମଲା ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪ରେ ପହଞ୍ଚିଛି । ୨୯୧ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ରେ ପହଞ୍ଚିଛି । ଦେଶରେ ଏବେ ୫ ଲକ୍ଷ ୨୧ ହଜାର ୮୦୮ଟି ସକ୍ରିୟ ମାମଲା ରହିଥିବା ବେଳେ ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Coronavirus India Sees Biggest Jump In Cases Till Date

କେନ୍ଦ୍ର ସରକାରଙ୍କ ଅନୁସାରେ- ରବିବାର ଦେଶରେ କରୋନାର ୮୪.୫ ପ୍ରତିଶତ ନୂଆ ମାମଲା ୮ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡ଼ୁ ଓ ଛତିଶଗଡ଼ରୁ ଆସିଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଓ କର୍ଣ୍ଣାଟକ ଆଦି ୫ଟି ରାଜ୍ୟରେ ଦେଶର ୮୦ ପ୍ରତିଶତ ମାମଲା ରହିଛି ।

ନୂଆ ସଂକ୍ରମଣ ମାମଲା ବିଗତ ୩ ସପ୍ତାହ ମଧ୍ୟରେ ତିନିଗୁଣ ହୋଇଛି । ମାର୍ଚ୍ଚ ୧ରୁ ୭ ମାର୍ଚ୍ଚ ମଧ୍ୟରେ ୧.୧୭ ଲକ୍ଷ ମାମଲା ଚିହ୍ନଟ ହୋଇଥିବା ବେଳେ ଚଳିତ ସପ୍ତାହରେ ୩ ଲକ୍ଷ ୯୩ ହଜାର ୫୬ଟି ମାମଲା ଅର୍ଥାତ୍ ଏକ ତୃତୀୟାଂଶରୁ କମ୍ । ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ପରେ ଗତ ୩୫ ଦିନରେ ୧୦ ଲକ୍ଷ ମାମଲା ଆସିଛି । ତା’ପୂର୍ବରୁ କରୋନାର ୧୦ ଲକ୍ଷ ମାମଲା ଆସିବା ଲାଗି ୬୫ ଦିନ ଲାଗିଥିଲା ।

Leave a Reply