ଲକଡାଉନ୍ ୪.୦ର ୧୨ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ପାର୍

ନୂଆଦିଲ୍ଲୀ: କରୋନା ସଙ୍କଟ ପାଇଁ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆସନ୍ତା ଦୁଇଦିନରେ ସରିବାକୁ ଯାଉଛି । ଲକଡାଉନ୍ ୪.୦ର ଗତ ୧୨ଦିନରେ କୋରାନ ସଂକ୍ରମଣ ତିବ୍ର ଗତିରେ ବଢ଼ିବାରେ ଲାଗିଛି । ଯଦି ଆମେ ଗତ ୧୨ଦିନକୁ ଦେଖିବା ତେବେ କରୋନାର ୭୦ହଜାର ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ପାଖାପାଖି ୧୭୦୦ଲୋକଙ୍କ ମୃତ୍ୟୁ ହୋଇଛି ।

ଦେଶରେ ଲକଡାଉନ୍ ୪.୦କୁ ୧୮ ମେ’ରୁ ଲାଗୁ କରାଯାଇଛି । ଏହି ଦିନରେ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ହଜାର ୧୬୯ରେ ପହଞ୍ଚିଥିଲା । ଏହାସହ ୩ହଜାର ୨୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ହଜାର ୮୨୩ ଲୋକ ସୁସ୍ଥ ହୋଇଥିଲେ । ଏବଂ ଏହି  ଦିନରେ ୫ହଜାର ୨୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ୧୨ଦିନ ପରେ ମାନେ ଆଜି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରୁଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୫ହଜାର ୭୯୯ରେ ପହଞ୍ଚିଛି । ଏବେ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୪ହଜାର ୭୦୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବଂ ଆଶ୍ୱସ୍ତିକର ଖବର ହେଉଛି ଦେଶରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି ବର୍ତ୍ତମାନ ଦେଶରେ ୯୦ ହଜାର ଆକ୍ଟିଭ୍ ମାମଲା ରହିଛି  ।

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା

ଲକଡାଉନର ୪ର୍ଥ ଚରଣରେ କରୋନାର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମେ ୧୮ରେ ୫୨୪୨ଜଣ, ମେ ୧୯ରେ ୪୯୭୦ଜଣ, ମେ ୨୦ରେ ୫୬୧୧, ମେ ୨୧ରେ ୫୬୦୯ଜଣ, ମେ ୨୨ରେ ୬୦୮୮, ମେ ୨୩ରେ ୬୬୫୪, ମେ ୨୪ରେ ୬୭୬୭ଜଣ, ମେ ୨୫ରେ ୬୯୭୭, ମେ ୨୬ରେ ୬୫୩, ମେ ୨୭ରେ ୬୩୮୭, ମେ ୨୮ରେ ୬୫୬୬, ମେ ୨୯ରେ ୭୪୬୬ ନୂଆ ମାମଲା ସାମ୍ନାକୁ ଆସିଛି ।

ସେହି ଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି

କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ମେ ୧୮ରେ ୧୫୭ଜଣ, ମେ ୧୯ରେ ୧୩୪ଜଣ, ମେ ୨୦ରେ ୧୪୦, ମେ ୨୧ରେ ୧୩୨ଜଣ, ମେ ୨୨ରେ ୧୪୮, ମେ ୨୩ରେ ୧୩୭, ମେ ୨୪ରେ ୧୪୭ଜଣ, ମେ ୨୫ରେ ୧୫୪, ମେ ୨୬ରେ ୧୪୬, ମେ ୨୭ରେ ୧୭୦, ମେ ୨୮ରେ ୧୯୪, ମେ ୨୯ରେ ୧୭୫ ନୂଆ ମାମଲା ସାମ୍ନାକୁ ଆସିଛି ।

Leave a Reply