ଦେଶରେ ୭୮ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୮ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୨୫ଶହ ପାର ହୋଇଛି । ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ ଓ ଦିଲ୍ଲୀ ଭଳି ମହାନଗରୀରେ ବଢିବାରେ ଲାଗିଛି କରୋନା କାୟା। ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ଶହରୁ ଅଧିକ ମାମଲା କେବଳ ମହାରାଷ୍ଟ୍ରରୁ ଆସିଛି ।

ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୫ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ହଜାରେ ପାଖାପାଖି ପହଞ୍ଚିଛି । ଗତ ୮ ଦିନ ହେଲା ମହାରାଷ୍ଟ୍ରରେ ପ୍ରତିଦିନ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

୮ଦିନରେ ୧୦ହଜାରରୁ ଅଧିକ ପଜିଟିଭ ଓ ୩୫୮ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟ ଓ ତାମିଲନାଡୁରେ ୯ହଜାର ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ କରୋନା ସ୍ଥିତି ଅଣାୟତ ରହିଛି।

Leave a Reply