କରୋନା ସଙ୍କଟ: ୩୦ ଜୁନ୍ ଯାଏଁ ଟ୍ରେନ ଟିକେଟ୍ ବାତିଲ କଲା ଭାରତୀୟ ରେଳ

Non AC Coaches To Be Phased Out In All Mail Express Trains

ନୂଆଦିଲ୍ଲୀ: ସାମାନ୍ୟ ଯାତ୍ରୀ ଟ୍ରେନରେ ଯିବାପାଇଁ ୩୦ଜୁନ ପର୍ଯ୍ୟନ୍ତ ବୁକ୍ କରାଯାଇଥିବା ସମସ୍ତ ଟିକେଟକୁ ବାତିଲ କରିଛି ଭାରତୀୟ ରେଲୱେ । ଏଥିରେ ମେଲ/ଏକ୍ସପ୍ରେସ ଟ୍ରେନ ସେବା ମଧ୍ୟ ସାମିଲ ରହିଛି । ଏହାସହ ସବୁ ଯାତ୍ରୀଙ୍କ ଟିକେଟ ବୁକର ଟଙ୍କାକୁ ଫେରାଯିବ । ରେଲୱେ ଆଜି ଏନେଇ ସୂଚନା ଦେଇଛି । ଯଦିଓ ରେଲୱୋ କହିଛି ଯେ, ଏଭଳି ବିକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ଟ୍ରେନ ଚଳାଚଳ ହେଉଛି । ଶ୍ରମିକମାନଙ୍କ ପାଇଁ ନୂଆ ଦିଲ୍ଲୀରୁ ପ୍ରମୁଖ ଷ୍ଟେସନ ମଧ୍ୟ ଚାଲୁଥିବା ୧୫ଯୋଡ଼ା ଟ୍ରେନର ପରିଚାଳନା ଜାରି ରହିବ ।

ଏହା ପୂର୍ବରୁ ବୁଧବାର ଦିନ ରେଲୱେର ବିଶେଷ ଟ୍ରେନରେ  ମେ ୨୨ରୁ ୱେଟିଂ ଟିକେଟ ଆରମ୍ଭ ହେବା ନେଇ ଘୋଷାଣା କରାଯାଇଛି । କେବଳ ବିଶେଷ ଟ୍ରେନ ନୁହେଁ ବରଂ ଆଗାମୀ ସବୁ ୧୫ ଯୋଡ଼ା ଟ୍ରେନରେ ଯାତ୍ରା କରିବା ପାଇଁ ମେ ୨୨ରୁ ୱେଟିଂ ଲିଷ୍ଟ କରିବାର ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବିଶେଷ ଟ୍ରେନରେ କେବଳ କନଫର୍ମ ଟିକେଟ ବୁକ୍ କରାଯାଉଛି । ଏବେ ଏସିରେ ୨୦ଏକ୍ଜିକ୍ୟୁଟିବ୍ କ୍ଲାସରେ ୨୦, ୨ଏସି ରେ ୫୦,୩ଏସି ରେ ୧୦୦ ଏସି ଚେୟର କାରରେ ୧୦୦ ଏବଂ ସ୍ଲିପରରେ ୨୦୦ ପର୍ଯ୍ୟନ୍ତ ୱେଟିଂ ଟିକେଟ କଟାଯାଇପାରିବ ।

ପିଟିଆଇ ଅନୁସାରେ, କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନ୍ ପୂର୍ବରୁ ଯାତ୍ରୀମାନଙ୍କ ଦ୍ୱାରା ବୁକ କରାଯାଇଥିବା ୮୪ଲକ୍ଷର ଟିକେଟ୍ ବାତିଲ କରିବା କାରଣରୁ ଭାରତୀୟ ରେଲୱେକୁ ୧,୪୯୦ କୋଟି ଟଙ୍କା କ୍ଷତି ହେବ ।

ରେଲୱେର ମୁଖ୍ୟ ଅଧିକାରୀମାନେ ‘ପିଟିଆଇ’କୁ କହିଛନ୍ତି ଯେ, ୨୨ ମାର୍ଚ୍ଚରୁ ୧୪ ଏପ୍ରିଲ ମଧ୍ୟରେ ଯାତ୍ରା କରିବା ପାଇଁ ଯେଉଁ ୫୫ଲକ୍ଷର ଟିକେଟ ତଥା ଯାହାର ମୁଲ୍ୟ ୮୩୦ କୋଟି ଟଙ୍କାକୁ ତାହାକୁ ଫେରାଇ ଦିଆଯିବ । ରେଲୱେ ୨୧ଦିନର ଲକଡାଉନ୍  ଲାଗୁ  ହେବାର ତିନିଦିନ ପୂର୍ବରୁ ୨୨ମାର୍ଚ୍ଚରେ ନିଜର ଯାତ୍ରୀବାହୀ ଟ୍ରେନ ସେବାଗୁଡ଼ିକୁ ବଡ଼ ଆକାରରେ ସ୍ଥଗିତ କରିଦିଆଯାଇଥିଲା । ଏହା ବ୍ୟତିତ ଲକଡାଉନକୁ ୧୫ ଏପ୍ରିଲରୁ ୩ମେ ପର୍ଯ୍ୟନ୍ତ ବଢାଇବାର ନିଷ୍ପତ୍ତି ପରେ ବୁକ ହୋଇଥିବା ୩୯ଲକ୍ଷ ଟିକେଟ୍ ପାଇଁ ୬୬୦କୋଟି ଟଙ୍କା ଫେରସ୍ତ କରାଯିବ ।

Leave a Reply