spot_img

Latest Posts

ଏହି ସାପ ବିଷରୁ ନଷ୍ଟ ହେବ କରୋନା ଭାଇରସ୍…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିଛି । ଯାହାକୁ ପ୍ରତିହତ କରିବା ଲାଗି ସବୁଠି ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଯାଇଛି। ଏଭଳି ସମୟରେ ବ୍ରାଜିଲର ବିଶେଷଜ୍ଞମାନେ ଏକ ତଥ୍ୟ ଦେଇଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭାଇରସକୁ ଶେଷ କରିବ ସାପ ବିଷ । ଏକ ବିଶେଷ ପ୍ରକାର ସାପର ବିଷରେ ଥିବା ମଲେକ୍ୟୁଲ୍ ମାଙ୍କଡ ଶରୀରରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକପାରିଥିଲା । ମଣିଷ ଶରୀରରେ ମଧ୍ୟ ଏହାର ପ୍ରୟୋଗ କରାଯାଇପାରିବ ବୋଲି ବିଶେଷଜ୍ଞ ମାନେ ଆଶା କରିଛନ୍ତି।

ରାଏଟର୍ସର ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ପ୍ରକାଶିତ ବୖେଜ୍ଞାନିକ ପତ୍ରିକା ମଲିକ୍ୟୁଲ୍ସ ଅନୁସାରେ, ଜରାକୁସ ପିଟ୍ ୱାଇପର ସାପ ଦ୍ୱାରା ଉତ୍ପାଦିତ ଏକ ଅଣୁ, ମାଙ୍କଡ଼ କୋଷରେ ଥିବା ଭାଇରସର କ୍ଷମତାକୁ ୭୫%  ଯାଏଁ ରୋକିପାରୁଛି । ସାଓ ପାେଲୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ରିସର୍ଚ୍ଚର ରାଫେଲ ଗିଡୋ କହିଛନ୍ତି ଯେ ସାପ ବିଷର ଏହି ଅଂଶ ଭାଇରସର ଏକ ଖାସ୍ ପ୍ରୋଟିନକୁ ରୋକିପାରିବ।

ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆଗାମୀ ଭବିଷ୍ୟତରେ ରିସର୍ଚ୍ଚର ମାନେ ବିଷର ମଲିକ୍ୟୁଲର ଭିନ୍ନ ଭିନ୍ନ ମାତ୍ରା ଉପରେ ଏହାର ପ୍ରଭାବ ପରୀକ୍ଷା କରିବେ । ଯାହା ଫଳରେ ପ୍ରଥମ ପର୍ଯ୍ୟାୟରେ ଏହା କେତେଦୂର କାମ କରିବ ସେନେଇ ତର୍ଜମା କରାଯିବ ।  ଏନେଇ ସୂଚନା ଦେଇଛି ଏହି ରିସର୍ଚ୍ଚରେ ସାମିଲ ଥିବା ସାଓ ପାେଲୋ ବିଶ୍ୱବିଦ୍ୟାଳୟ।

ବ୍ରାଜିଲର ସବୁଠାରୁ ଲମ୍ବା ସାପ ମଧ୍ୟରୁ ଜରାକସ୍ ସାପ ଅନ୍ୟତମ | ଏହାର ଲମ୍ବ ପ୍ରାୟ ୬ ଫୁଟ୍ ରହିଥାଏ | ଏହି ସାପଗୁଡ଼ିକ ଉପକୂଳ ଆଟଲାଣ୍ଟିକ୍ ଜଙ୍ଗଲରେ ବାସ କରନ୍ତି । ଏହାବ୍ୟତୀତ ଏମାନେ ବଲିଭିଆ, ପାରାଗୁଏ ଏବଂ ଆର୍ଜେଣ୍ଟିନାରେ ମଧ୍ୟ ଦେଖାଯାଇଥାଏ ।

Latest Posts

Don't Miss