ପରାମର୍ଶ ନମାନି ବୁଲିବାକୁ ଯାଇଥିଲେ, ଆସିଲାବେଳକୁ ଏକାଥରେ 44ଜଣ ଛାତ୍ର ହେଲେ କରୋନା ପଜେଟିଭ୍

1 min read

ଟେକ୍ସାସ: ପାଖାପାଖି 25 ବର୍ଷର ପ୍ରାୟ 70 ଜଣ ଯୁବକ କରୋନା ଭାଇରସକୁ ନ ଡରି ଯାଇଥିଲେ ଭ୍ରମଣରେ । ଫେରିବା ପରେ, ଏମାନଙ୍କ ମଧ୍ୟରୁ 44 ଜଣ କରୋନା ପଜେଟିଭ୍ ।  ଏହି ଘଟଣାଟି ହେଉଛି ଆମେରିକାର ଟେକ୍ସାସ ଅଞ୍ଚଳର ।

ସୂଚନା ଅନୁଯାୟୀ, ପ୍ରାୟ ଦୁଇ ସପ୍ତାହ ପୂର୍ବରୁ, 10 ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଥିଲେ ସରକାର । ଅତ୍ୟାବଶ୍ୟକ ଯାତ୍ରା ନକରିବାକୁ ମଧ୍ୟ ଲୋକଙ୍କୁ ନିବେଦନ କରାଯାଇଥିଲା । କିନ୍ତୁ ଉକ୍ତ 70ଜଣ ଯୁବକ ଏହି ପରାମର୍ଶକୁ ଅଣଦେଖା କରି ଛୁଟିରେ ମେକ୍ସିକୋକୁ ବୁଲିବାକୁ ଯାଇଥିବା ସମସ୍ତ 44 ଯୁବକ ଏବେ କରୋନା ପଜିଟିଭ୍ । ଏମାନେ ସମସ୍ତେ ହେଉଛନ୍ତି ଟେକ୍ସାସ୍ ୟୁନିଭରସିଟିର ଛାତ୍ର ଏବଂ ଏମାନେ ଚାର୍ଟାର୍ଡ ​​ବିମାନରେ ଯାତ୍ରା କରିଥିଲେ ।

ଟେକ୍ସାସର ସ୍ପିକର ଡେନିସ୍ ବୋନେନ୍ କହିଛନ୍ତି ଯେ, ଯଦିଓ ଆପଣ ଭାବୁଥିବେ କରୋନା ଭୁତାଣୁ ଆପଣଙ୍କ ପାଇଁ ଏକ ସମସ୍ୟା ନୁହେଁ, କିନ୍ତୁ ଏହା ଭାବିବା  ପ୍ରକୃତରେ ଭୁଲ । ଆପଣ ଭାବି ପାରନ୍ତି ଯେ ଏହା ଆପଣଙ୍କୁ କରୋନା ସଂକ୍ରମିତ କରିବ ନାହିଁ, କିନ୍ତୁ ବାସ୍ତବରେ ଏହା ସଂକ୍ରମିତ କରିବାର ବହୁତ ସମ୍ଭାବନା ଅଛି । ଯଦି କଲେଜ ଛାତ୍ରମାନେ ମେକ୍ସିକୋରେ ଛୁଟି କଟାଇବାକୁ ଯାଇଛନ୍ତି , ତେବେ ସେମାନେ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରନ୍ତି ।

 

ତାଙ୍କ କହିବାନୁସାରେ, ଚାର୍ଟାର୍ଡ ​​ବିମାନରୁ ମେକ୍ସିକୋରେ ପହଞ୍ଚିବା ପରେ ଫେରିବା ସମୟରେ ଅନେକ ଛାତ୍ର ବ୍ୟବସାୟିକ ବିମାନରେ ମଧ୍ୟ ଯାତ୍ରା କରିଥିଲେ। ବର୍ତ୍ତମାନ ବ୍ୟବସାୟିକ ବିମାନରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ଅଧିକାରୀମାନେ ଚିନ୍ତାରେ ଅଛନ୍ତି ।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସଂକ୍ରମିତ ଛାତ୍ରମାନଙ୍କ ସହିତ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କୁ ତଦାରଖ କରାଯାଉଛି । କହିରଖୁଛୁ ଯେ, WHO ଯୁବକମାନେ ମଧ୍ୟ କରୋନାରୁ ରକ୍ଷା ପାଇପାରିବେ ନାହିଁ । ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ଅନେକ ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ଆସିଛି ।

ଟେକ୍ସାସ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ଏବଂ ଚେତାବନୀକୁ ଗମ୍ଭୀରତାର ସହ ନେବାକୁ ଛାତ୍ରମାନଙ୍କୁ ନିବେଦନ କରାଯାଇଛି । ଏଥି ସହିତ, କରୋନା ପଜେଟିଭ୍ ଥିବା ଛାତ୍ରମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

Leave a Reply