spot_img

Latest Posts

ଭାରତର ପ୍ରଥମ କରୋନା ଭ୍ୟାକସିନ୍ ଲଞ୍ଚ; ଜାଣନ୍ତୁ କେତେ ସତ, କେତେ ମିଛ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଟିକା ଲଞ୍ଚ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ସୋସିଆଲ୍ ମିଡିଆରେ ଏକ ମେସେଜ୍ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି ।

ହେଲେ ଏଭଳି ମେସେଜରେ କିଛି ସତ୍ୟତା ନଥିବା ନେଇ ଭାରତ ସରକାରଙ୍କର ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଫାଷ୍ଟଚେକର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।

ଜାଣନ୍ତୁ, କ’ଣ ରହିଛି ସତ୍ୟତା?

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଦେଶରେ ବର୍ତ୍ତମାନ ସମୟରେ ଭାରତ ବାୟୋଟିକର କୋଭାକ୍ସିନ୍ ଓ ଅକ୍ସଫୋର୍ଡ/ଏଷ୍ଟ୍ରୋଜେନିକର କୋଭିସିଲ୍ଡ ଟିକାର ୩ ପର୍ଯ୍ୟାୟ ଟ୍ରାଏଲ୍ ଜାରି ରହିଛି । ଯାହାର ପରିଣାମ ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀରେ ଆସିପାରେ ।

ବର୍ତ୍ତମାନ ସମୟରେ କୋଭିଡ ଟିକା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଫାଇଜର୍ । ଆମେରିକା ଫାର୍ମା କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଏନଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ଟିକା ୩ ପର୍ଯ୍ୟାୟରେ ୯୫% ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ଏହାବ୍ୟତୀତ ଯଦି ସବୁ କିଛି ସୁଚାରୁରୂପେ ଚାଲେ ତାହେଲେ ଆସନ୍ତା ବର୍ଷ ପ୍ରାରମ୍ଭ ଆଡକୁ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକାକୁ ଅନୁମୋଦନ ମିଳିପାରେ । ତେବେ ଏଯାବତ୍ ଜାଏଡସ୍ କେଡିଲା ଦ୍ବାରା ପ୍ରସ୍ତୁତ ହେଉଥିବା ଟିକାକୁ ନେଇ କିଛି ଫଳାଫଳ ଆସିପାରିନାହିଁ ।

Latest Posts

Don't Miss