ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣତି ଆରମ୍ଭ

Counting of votes for Assembly Elections 2021 begins

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଭୋଟର ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେଉଥିବା ବେଳେ ପରେ ଇଭିଏମ୍ ଖୋଲାଯିବ । ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଆସାମରେ କଂଗ୍ରେସ ଓ ବିଜେପି ଟକ୍କର ହେଉଛି । ତାମିଲନାଡ଼ୁ, କେରଳ ଓ ପୁଡୁଚେରୀ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଏଥିସହ ବିଭିନ୍ନ ଲୋକସଭା ପାଇଁ ହୋଇଥିବା ଭୋଟଗଣନା ଆଜି କରାଯାଉଛି । ଆନ୍ଧ୍ରପ୍ରଦେଶର ତିରୁପତି, କର୍ଣ୍ଣାଟକର ବେଲଗାମ, କେରଳର ମଲପ୍ପୁରମ ଏବଂ ତାମିଲନାଡ଼ୁର କନ୍ୟାକୁମାର ସହ ୧୦ ରାଜ୍ୟର କିଛି ବିଧାନସବା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେସବୁର ଭୋଟ୍ ଗଣତି ଆରମ୍ଭ ହୋଇଛି । ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗା ଓ ତାମିଲନାଡ଼ୁ ଉପରେ ।

କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ କଡ଼ା କଟକଣା ଭିତରେ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରୁ ଆସୁଥିବା ଗଣତି ଖବର ଅନୁସାରେ ୧୫ଟି ଆସନର ଆଗୁଆ ଫଳାଫଳ ଆସିଛି । ଟିଏମସି ୧୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪ଟିରେ ଆଗୁଆ ରହିଛି । ସେହିଭଳି କେରଳରେ ବାମ ଦଳ ୨୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି ।

Leave a Reply