ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି ପୋତିବା ଘଟଣା, ଦମ୍ପତି ଗିରଫ

ଉମରକୋଟ: ନବରଙ୍ଗପୁର ମୁରୁମଡିହି ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି ପୋତିବା ଘଟଣାରେ ତନାଘନା । ଘଟଣାରେ ପ୍ରେମିକ ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀକୁ ଗିରଫ କଲା ପୋଲିସ । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ସୈତାନ ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ଶବ ସତ୍କାରକୁ ନେଇ ମୁରୁମଡିହି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଯୁବତୀଙ୍କ ପରିବାର ଶବକୁ ଅଭିଯୁକ୍ତ ପ୍ରେମିକର ଘର ସାମ୍ନାରେ ସତ୍କାର କରିବାକୁ ଜିଦ୍ ଧରି ବସିଥିଲେ । ପୋଲିସ ବୁଝାସୁଝା ପରେ ଶବକୁ ପ୍ରେମିକର ଘର ସାମ୍ନାରେ ସତ୍କାର ନକରି ଅନ୍ୟ ସ୍ଥାନରେ କରାଯାଇଥିଲା ।

ତେବେ ପ୍ରେମିକାକୁ ସ୍ତ୍ରୀ ସହ ମିଶି ଚନ୍ଦ୍ର କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଚଲାଇଛି । ଶୀଘ୍ର ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।