spot_img

Latest Posts

ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ

ବାରଙ୍ଗ : ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ନିରୀହ ଜୀବନ। ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ। ଏଭଳି ଦୃଦୟ ବିଦାରକ ଘଟଣା ଘଟିଛି ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗାଁରେ । ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ମଧୁବନ ଗାଁର ରାଜକିଶୋର ଖଟୁଆ ଏବଂ ତାଙ୍କ ସ୍ତ୍ରୀ ସଯୁକ୍ତା ଖଟୁଆ ଘର ପଖରେ ଥିବା ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ପାଣି ମଡ଼ାଉଥିବା ସମୟରେ ଉଭୟ ଦମ୍ପତି କୌଣସି କାରଣବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଚାଷ ଜମିରୁ ଫେରିବା ବିଳମ୍ବ ଯୋଗୁ ପରିବାର ପକ୍ଲୋଷରୁ ଖୋଜାଖୋଜି କରାଯାଇଥିଲା । ଉଭୟେ ଚାଷ ଜମିରେ ପଡ଼ିଥିବା ଦେଖି ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା ।

ଡାକ୍ତର ସେଠାରେ ଉଭୟ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ପୂର୍ବରୁ  ରାଜକିଶୋର ଖଟୁଆଙ୍କ ଝିଅ ତୃପ୍ତିମୟୀ ଖଟୁଆ ଓଡ଼ିଶା ପ୍ରଶାସନିକ ସେବାରେ ୧୮୩ ନଂ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ବାରଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିଲେ। ପରିବାରରେ ଖୁସିର ମାହୋଲ ରହିଥିଲା । ହେଲେ ଗତକାଲିର ଅଘଟଣ ପରିବାରକୁ  ଶୋକରେ ବୁଡ଼ାଇ ଦେଇଛି ।

 

Latest Posts

Don't Miss