ରାଜ୍ୟରେ ଆହୁରି ୨ ମାସ ପର୍ଯ୍ୟନ୍ତ ବଢ଼ିବ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ନୂଆବର୍ଷ ପରଠାରୁ ଉପରମୁହାଁ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି ୨ ମାସ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମାର୍ଚ୍ଚ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଆସନ୍ତା ୨ ମାସ କରୋନା ସଂକ୍ରମଣ ବଢ଼ିକି ରହିବ । ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲ୍ଲାରେ ଟିପିଆର ଅଧିକ ଅଛି, ତେଣୁ ୮ଜିଲ୍ଲା ବର୍ତ୍ତମାନ ରେଡ ଜୋନରେ ରହିଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ୍ ରହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ସଂଖ୍ୟା ଦେଖି ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

 

Leave a Reply