ଶିଶୁଙ୍କୁ କରୋନା ଡର, ବାଲେଶ୍ୱରରେ ବେଡ଼ ପ୍ରସ୍ତୁତ

ଭୁବନେଶ୍ୱର: ଶିଶୁଙ୍କୁ କରୋନା ଡର । ଯଦିଓ ଓଡ଼ିଶାରେ ଶିଶୁମାନେ ବିଶେଷ ସଂକ୍ରମିତ ହେଉ ନାହାନ୍ତି, ତଥାପି ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବାକୁ ଯାଇ ବ୍ୟପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଶିଶୁ କୋଭିଡ ଓ୍ବାର୍ଡ଼ । ଜିଲ୍ଲା ଡାକ୍ତରଖାନା ପରିସରରେ ଥିବା ଏହି ଓ୍ବାର୍ଡ଼ରେ 5ଟି ପେଡିଆଟ୍ରିକ୍ ଆଇସିୟୁ ବେଡ ଓ ମାସକରୁ କମ୍‌ ବୟସର ଶିଶୁଙ୍କ ପାଇଁ 5ଟି ବେଡ ପ୍ରସ୍ତୁତ ରଖାଯାଇଛି ।

ସେହିପରି ଶିଶୁମାନଙ୍କ ପାଇଁ 40ଟି ସାଧାରଣ ଅକ୍ସିଜେନ୍‌ ବେଡ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ତେବେ ବାଲେଶ୍ବର ଜିଲ୍ଲାରେ କୌଣସି ଶିଶୁ ସଂକ୍ରମିତ ହୋଇନଥିବା ମେଡ଼ିକାଲ ତରଫରୁ କୁହାଯାଇଛି ।  ସ୍ୱତନ୍ତ୍ର ଟିମ୍‌ ମାଧ୍ୟମରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସହଯୋଗରେ ଲୋକଙ୍କୁ ସଚେତନ କରାଯାଉଛି । ସଂକ୍ରମିତ ମା’ଙ୍କ ଠାରୁ ଶିଶୁ ମାନଙ୍କୁ ସଂଗରୋଧରେ ରଖିବାକୁ ପରାମର୍ଶ ଦିଆଯାଉଥିବା ଡ଼ାକ୍ତରଖାନା ତରଫରୁ କୁହାଯାଇଛି ।

Leave a Reply