ପୁଣି ଓଡ଼ିଶାକୁ ଫେରିଲା କୋଭିଡ୍

1 min read

ଭୁବନେଶ୍ବର: ପୁଣି ଓଡ଼ିଶାକୁ ଫେରିଲା କୋଭିଡ୍ । ରାଜ୍ୟରୁ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଏବେ ଜଣେ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ସଂକ୍ରମଣ ବଢ଼ୁଥିବାବେଳେ ଚିନ୍ତା ବଢ଼ାଇଛି । ଲୋକେ ବିନା ମାସ୍କରେ ବୁଲୁଥିବାବେଳେ ଓଡ଼ିଶାରେ ପୁଣିଥରେ ଦୀ୍ଘଦିନ ବ୍ୟବଧାନରେ ଜଣେ ପଜିଟିଭ୍ ଚିହ୍ନ ହୋଇଛନ୍ତି ।

ସୂଚନା ଥାଉକି, ବିଶ୍ବରେ ବଢୁଛି ଜେଏନ.1 ସଂକ୍ରମଣ । ଇଂଲଣ୍ଡରେ ସବୁଠାରୁ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଭାରିଆଣ୍ଟ । ଇଂଲଣ୍ଡ ଓ ସ୍କଟଲ୍ଯାଣ୍ଡରେ ପ୍ରତି ୨୪ ଜଣରେ ଜଣେ କୋଭିଡ ସଂକ୍ରମିତ ହେଉଛନ୍ତି । ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସିର ରିପୋର୍ଟ ଅନୁସାରେ ଶୀତ ଋତୁରେ ହିଁ ଏହି ସଂକ୍ରମଣ ବଢୁଛି । ସେମାନଙ୍କୁ ପ୍ରଶ୍ବାସଗତ ସମସ୍ୟା ଦେଖାଦେଉଛି । ଲଣ୍ଡନରେ ସଂକ୍ରମିତଙ୍କ ହାର ହୋଇଛି ୬.୧ ପ୍ରତିଶତ । ଭାରତରେ ଜେଏନ.1 ସଂକ୍ରମିତଙ୍କ ସଂଖ୍ଯା ୨୬ ହୋଇଛି । କେବଳ ଗୋଆରେ ୧୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୪ ଜଣ, କେରଳରେ ଜଣେ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜସ୍ଥାନରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ଯା ବଢ଼ିବାରେ ଲାଗିଛି । ଗତକାଲି ଭାରତରେ ୪୪୦ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ହୋଇଥିଲା ୩ ହଜାର ।