ଟିକା ଦରକୁ ନେଇ ରାଜ୍ୟରେ ବଢ଼ିଲା ବିରୋଧ

1 min read
Covid Vaccine Price, BJD And Congress Demands Centre To Bear Vaccine Price

ଭୁବନେଶ୍ୱର: କୋଭାକ୍ସିନ୍ ଓ କୋଭିସିଲ୍ଡ ଦର ଘୋଷଣା ପରେ ବିରୋଧ ଆରମ୍ଭ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଟିକା ଦରକୁ ଚିନ୍ତାଜନକ କହିଛନ୍ତି ଅମର । ଆମେ ଭାବିଥିଲୁ କୋଭିସିଲ୍ଡ ପରି ICMR ସହଯୋଗରେ ପ୍ରସ୍ତୁତ କୋଭାକ୍ସିନ୍ ଦର କମ୍ ରହିବ । ହେଲେ ଦର ବହୁତ ବଢିଛି । ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ । ରାଜ୍ୟମାନେ ନିଜ ସ୍ତରରେ କୋଭିଡ୍ ମୁକାବିଲା କରୁଛନ୍ତି ।

ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ । ତେଣୁ କୋଭିଡ୍ ଟିକା କିଣିବାରେ ଏତେ ଖର୍ଚ୍ଚ ହେଲେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ହେବ କେମିତି ? ଯାହା ପାଖରେ ଟଙ୍କା ଅଛି, ସେ କିଣି ପାରିବେ । କେନ୍ଦ୍ର ସରକାର ଗୋଟିଏ ଦରରେ କିଣି ସମସ୍ତ ଖର୍ଚ୍ଚ ବହନ କଲେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କରିପାରିବେ । ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଆର୍ଥିକ ବୋଝ ନ ପକାଉ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

Covid Vaccine Price, BJD And Congress Demands Centre To Bear Vaccine Price

ଅନ୍ୟପଟେ ଟିକା ଦରକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଲୋକଙ୍କ ଜୀବନ ସହ ଖେଳା ହେଉଛି । କୋଭାକ୍ସିନର ୨ଟି ଡୋଜ୍ ୩ ହଜାରରେ କିଣିବାକୁ ପଡ଼ିବ । ଛାତ୍ରଛାତ୍ରୀ, ଗରିବ ମଧ୍ୟବିତ୍ତ ଲୋକ କେଉଁଠୁ ଟଙ୍କା ଆଣିବେ ? ସେମାନେ ମରିଯିବେ । ତୁରନ୍ତ ଏହା ପ୍ରତ୍ୟାହାର କରାଯାଉ । ଓଡ଼ିଶା ସରକାର ବି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରନ୍ତୁ । ମାଗଣାରେ ଟିକା ଦିଆଯାଉ ବୋଲି ସୁର କହିଛନ୍ତି ।

Leave a Reply