କରୋନା ନେଲା ଆଉ ୫ ଜୀବନ

1 min read

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୪ ହଜାର ୭୬୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରୁ ୧, ରାୟଗଡା ଜିଲ୍ଲାରୁ ୧ ଓ ନୂଆପଡା ଜିଲ୍ଲାରୁ ସର୍ବାଧିକ ୩ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୨୭ ହଜାର ୮୨୧ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୧୫୦୩ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୭ ହଜାର ୬୩୭କୁ ବୃଦ୍ଧି ପାଇଛି ।

ସେପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ୧୦ଜିଲ୍ଲା ଏବେ ରୋଡ୍ ଜୋନରେ । ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର , ବଲାଙ୍ଗୀର, ବରଗଡ଼, ନୂଆପଡା, କଳାହାଣ୍ଡି, କଟକ ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ।

Leave a Reply