୭ ଜିଲ୍ଲାର କେଉଁ କେଉଁ ଅଞ୍ଚଳ ପ୍ରତିବନ୍ଧିତ ? ପଢ଼ନ୍ତୁ ପୂରା ତଥ୍ୟ…
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ସଂକ୍ରମଣ ରୋକିବାକୁ ସମ୍ପୃକ୍ତ ଅଞ୍ଟଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏବେ ରାଜ୍ୟରେ ୪୯ଟି ସକ୍ରିୟ ସଂକ୍ରମିତ କେସ୍ ଥିବାବେଳେ ୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଥିବା ପୁରୀ, କଟକ ଆକ୍ରାନ୍ତ ସୁସ୍ଥ ହେବା ପରେ ୨ ଜିଲ୍ଲାରୁ କଣ୍ଟେନମେଣ୍ଟ ଜୋନ୍ ହଟିଛି । ତେବେ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାର ୧୫ଟି ଅଞ୍ଚଳ ପ୍ରତିବନ୍ଧିତ ରହିଛି ।
କଣ୍ଟେନମେଣ୍ଟ ଜୋନରେ କାହାରିକୁ ପ୍ରବେଶ ଅନୁମତି ନଥିବା ବେଳେ କେହି ବି ବାହାରକୁ ଯାଇପାରୁନାହାଁନ୍ତି । ସ୍ଥାନୀୟ ପ୍ରଶାସନ ଲୋକଙ୍କ ପାଖରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । ସ୍ୱାସ୍ଥ୍ୟ କର୍ମୀ ଘରେ ଘରେ ପହଞ୍ଚି ନମୁନା ପରୀକ୍ଷା କରୁଛନ୍ତି । ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ସଂକ୍ରମିତଙ୍କ ସଂଖ୍ୟା, କେଉଁ ସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ।
ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
ଖୋର୍ଦ୍ଧା | ୪୬ | ୧୭ | ୦୧ |
ଭଦ୍ରକ | ୦୮ | ୦୨ | ୦୦ |
ଯାଜପୁର | ୦୭ | ୦୧ | ୦୦ |
ବାଲେଶ୍ୱର | ୦୩ | ୦୦ | ୦୦ |
ସୁନ୍ଦରଗଡ଼ | ୦୩ | ୦୧ | ୦୦ |
କେନ୍ଦ୍ରାପଡ଼ା | ୦୨ | ୦୦ | ୦୦ |
କଳାହାଣ୍ଡି | ୦୨ | ୦୧ | ୦୦ |
କଟକ | ୦୧ | ୦୧ | ୦୦ |
ପୁରୀ | ୦୧ | ୦୧ | ୦୦ |
ଢେଙ୍କାନାଳ | ୦୧ | ୦ | ୦୦ |
ମୋଟ | ୭୪ | ୨୪ | ୦୧ |
ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍
ଖୋର୍ଦ୍ଧା
ଜିଲ୍ଲାରେ ସର୍ବାଧିକ ୪୬ ଜଣ ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ପ୍ରତିବନ୍ଧିତ ଅଞ୍ଚଳରେ ରହିଛି ସୂର୍ଯ୍ୟନଗର ବମିଖାଲ ଓ ସତ୍ୟନଗର ।
ଭଦ୍ରକ
ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ଭଦ୍ରକ । ଜିଲ୍ଲାରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । କଣ୍ଟେନମେଣ୍ଟ ଜୋନରେ ରହିଛି ଜିଲ୍ଲାର ୫ଟି ଅଞ୍ଚଳ । ଖରିଡ଼ା, ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାଶପୁର, ରାହାଣିଆ, ତେସିଙ୍ଗା ସିଲ୍ ରହିଛି ।
ଯାଜପୁର
ତୃତୀୟ ସର୍ବାଧିକ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ । ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନରେ ଅଛି । ବ୍ରହ୍ମବରଦା, ରସୁଲପୁର ବ୍ଲକର ସାନ ତ୍ରିଲୋଚନପୁର, ସାଇପୁରକୁ ସିଲ୍ କରାଯାଇଛି ।
ବାଲେଶ୍ୱର
ଜିଲ୍ଲାରେ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମିସନ୍ ଫିଲ୍ଡ ଗେଟ୍, ଚିଡ଼ିଆପୋଲ ନିକଟ ନିଳିଆବାଗ୍ ପ୍ରବେଶ ପଥ, ରାଣୀପାଟଣା ଛକ, ଆପଲ୍ ଟାୱାର ସିଲ୍ ହୋଇଛି ।
ସୁନ୍ଦରଗଡ଼
ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ବିଶ୍ରା ବ୍ଲକର ଗୋଟିଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସିଲ୍ ମଧ୍ୟରେ ରହିଛି ଡରାଇ କେଲା, ପୁରୁଣା ବିଶ୍ରା, ବୁଢେଲଜର, ସନ୍ତୋଷପୁର ।
କେନ୍ଦ୍ରାପଡ଼ା
୨ ଜଣ ସଂକ୍ରମିତ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ରାଧାନଗର, ବଳଭଦ୍ରପୁର, ସିତଳେଶ୍ୱର, ସିଳସ୍ଥମ୍ବ, ନିଆଳ, ଗୌଡ଼ପାଟଣା ଓ ଭଟ୍ଟପଡ଼ା, ମେଢ଼ପୁର, କଣ୍ଟିପୁର ଗୋପ, ନଳଦିଆ ଓ କାତକଣା ଗାଁ ସିଲ୍ ରହିଛି ।
କଳାହାଣ୍ଡି
ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଜିଲ୍ଲାର ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ସିଲ୍ ହୋଇ ରହିଛି ବେହେରାଗୁଡ଼ା, ପରିଜା, ଖମାର ହଳଦୀ ।
ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍