ଭ୍ୟାକ୍ସିନ୍ ଦାମକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

1 min read
Covishield Vaccine Price Congress Attacks Centre On Different Rates

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇ ଜାରି ରହିଛି । ଏହାରି ଭିତରେ ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିସହ ସେରମ କୋଭିସିଲ୍ଡ ଟିକାର ଦାମ ସ୍ଥିର କରିଛି । ଯାହାକୁ ନେଇ ସୃଷ୍ଟି ହୋଇଛି ଆଲୋଚନା । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି- ସେରମ ଇନଷ୍ଟିଚ୍ୟୁଟ୍ ରାଜ୍ୟକୁ ଗୋଟିଏ ଦାମରେ ଓ  କେନ୍ଦ୍ରକୁ ଭିନ୍ନ ଦରରେ ଭ୍ୟାକ୍ସିନ୍ ଦେବ । ଯାହାକି ଭୁଲ୍ ।

ଜୟରାମ ଲେଖିଛନ୍ତି- କେନ୍ଦ୍ର ସରକାରଙ୍କୁ କୋଭିସିଲ୍ଡ ଡୋଜ୍ ପ୍ରତି ୧୫୦ ଟଙ୍କା ହିସାବରେ ମିଳିବ । କିନ୍ତୁ ରାଜ୍ୟ ସରକାର ଡୋଜ୍ ପିଛା ୪୦୦ ଟଙ୍କା ଦେବେ । ଏହା ସଂଘୀୟ ସରକାର ଲାଗି ଠିକ୍ ନୁହେଁ । ଏହାଦ୍ୱାରା ରାଜ୍ୟ ଉପରେ ଅତିରିକ୍ତ ବୋଝ ପଡ଼ିବ । ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଆମେ ଦାବି କରୁଛୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲାଗି ଗୋଟିଏ ଦେଶ, ଗୋଟିଏ ଦର ନିର୍ଦ୍ଧାରଣ କରାଯାଉ ।

Covishield Vaccine Price Congress Attacks Centre On Different Rates

ସୂଚନାଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବୁଧବାର ଘରୋଇ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ଲାଗି ଟିକା ଦର ଜାରି କରାଯାଇଛି । ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲଙ୍କୁ ଡୋଜ୍ ପିଛା ୬୦୦ ଟଙ୍କା ଦେବାକୁ ପଡ଼ିବ । ଏହାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ମେ’ ୧ରୁ ଦେଶରେ କୋଭିଡ୍ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ସିଧାସଳଖ ଭ୍ୟାକ୍ସିନ୍ କିଣିପାରିବେ ।

ଏଥିସହ ପଢ଼ନ୍ତୁ- ମେ’ରୁ ଘରୋଇ ହସ୍ପିଟାଲରେ କୋଭିସିଲ୍ଡର ଗୋଟିଏ ଡୋଜ୍ ପାଇଁ ଦେବାକୁ ହେବ ୭୦୦ ଟଙ୍କା

Leave a Reply