ଓଡ଼ିଶାରେ ହେବ ଜି-୨୦ ସମ୍ମିଳନୀ, ସମୀକ୍ଷା କଲେ ପୋଲିସ କମିଶନର

1 min read

ଭୁବନେଶ୍ୱର: ଓଡ଼ିଶାରେ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶ । ଦେଶ ବାହାରୁ ଆସୁଥିବା ଭିଆଇପିଙ୍କ ଗସ୍ତ, ସୁରକ୍ଷା ବ୍ୟବସ୍ଥା, ପାଇଲଟିଂ ବ୍ୟବସ୍ଥାର ମନିଟରିଂ ସିଷ୍ଟମ କରିବ ସିକ୍ୟୁରିଟି ଡିଭିଜନ । ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଆସିଥିବା ଗାଇଡଲାଇନ ଅନୁସାରେ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୋଲିସ କମିଶନର ଅମ୍ରିତସର ଯିବା ସହ ଜି-୨୦ ଆୟୋଜନର ସମସ୍ତ ବ୍ୟବସ୍ଥା ଦେଖିଆସିଛନ୍ତି । ଏ ନେଇ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ସରିଛି । ଏପ୍ରିଲ ଓ ମେ’ ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ କହିଛନ୍ତି ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ  ।