spot_img

Latest Posts

ଚୋରା ବନ୍ଧୁକ କାରବାରର ଚେର ଖୋଜିବ ପୋଲିସ: ଡି-ବ୍ରଦର୍ସଙ୍କୁ ଅଣାଯିବ ରିମାଣ୍ଡରେ

ଭୁବନେଶ୍ୱର: ପୁଣି ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଚୋରା ବନ୍ଧୁକ କାରବାରରେ ଡି-ବ୍ରଦର୍ସଙ୍କ ଲିଙ୍କ୍‌ ଥିବା ପୋଲିସ ଜାଣିବାକୁ ପାଇବା ପରେ ଏବେ ସେମାନଙ୍କୁ ରିମାଣ୍ଡରେ ଆଣିବ । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି,  ୨୦୧୬ ମସିହାରେ ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅପରୋଧୀ ଗିରଫ ହୋଇଥିଲା । ପରେ ସେ ଜାମିନରେ ମଧ୍ୟ ଆସିଥିଲା । ତାଙ୍କୁ ଗତ କିଛି ଦିନ ତଳେ ୨ ବନ୍ଧୁକ ସହ ଗିରଫ କରାଯାଇଥିଲା । ଏବଂ ସେ ଚୋରା ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପ୍ରକାଶଙ୍କୁ ପଚରାଉଚରା ବେଳେ ଚୋରା ବନ୍ଧୁକ ଓ ଗୁଳି ଡି-ବ୍ରଦର୍ସଙ୍କ ପାଖରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ରେଡ୍ କରାଯାଇଥିଲା । ପୋଲିସ ଚଢ଼ାଉ ବେଳେ  ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଛି।  ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା।

ପୋଲିସ ସୂଚନା ମୁତାବକ ବନ୍ଧୁକଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା। ତେଣୁ ଏବେ ସବୁ କଥା କୁହାଯାଇପାରିବ ନାହିଁ। କାରଣ ତଦନ୍ତ ଚାଲିଛି। ଏବେ ଠାରୁ ସବୁ କଥା କହିଲେ ତଦନ୍ତରେ ବାଧାପ୍ରାପ୍ତ ହେବ। ଧଳ ସାମନ୍ତ ଓ ଅନ୍ୟ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ଦେଇଛୁ। ସେମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Latest Posts

Don't Miss