spot_img

Latest Posts

ଦୀପାବଳିରେ ଘାତକ ବାଣ ବ୍ୟାନ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ଘାତକ ବାଣ ବ୍ୟାନ୍ କଲେ ସୁପ୍ରିମକୋର୍ଟ । ସାରା ଦେଶରେ ଘାତକ ବାଣ ଫୁଟା ଉପରେ ନିଷେଧାଦେଶ  । ଶବ୍ଦ ଓ ବାୟୂ ପ୍ରଦୂଷଣ କରୁଥିବା ବାଣ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ସାରା ଦେଶରେ ରାଜ୍‌ କରୁଛି ପ୍ରଦୂଷଣ। ନିଶ୍ବାସ ନେବାକୁ କଷ୍ଟ ହେଲାଣି। ବାୟୁ ଏତେ ପ୍ରଦୂଷଣ ହେଲାଣି ଯେ ଲୋକେ ବାହାରକୁ ବାହାରିବାକୁ ଚିନ୍ତା କରୁଛନ୍ତି । ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ସ୍ଥିତି ସାଂଘାତିକ । ଏମିତିରେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ। କାରଣ ଦୀପାବଳି ଆସୁଛି । ଏହି ସମୟରେ ସାରା ଦେଶରେ ଲୋକେ ବାଣ ଫୁଟାନ୍ତି । ଏହି ସମୟରେ ପ୍ରଦୂଷଣର ମାନ ନିମ୍ନସ୍ତରକୁ ଖସିଯାଏ । ତେବେ ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏନେଇ ଚିନ୍ତା ପ୍ରକଟ କରିବା ସହ ବାଣ ବ୍ୟବହୃତ କେମିକାଲ ଉପରେ କଟକଣା ଜାରି କରିଛନ୍ତି ।

ବେରିୟମ ବାଣ ଯୋଗୁଁ ବାୟୁ ବିଷାକ୍ତ ହେବା ସହ ପ୍ରଦୂଷଣ ବଢିଥାଏ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ କୋର୍ଟ ପୂର୍ବରୁ ଏଭଳି ରାୟ ଦେଇଥିବା ବେଳେ ସାରା ଦେଶରେ ଏହାକୁ ଲାଗୁ କରାଯାଉ ବୋଲି ଆଜି କହିଛନ୍ତି। ରାଜସ୍ଥାନରେ ମଧ୍ୟ ପ୍ରଦୂଷଣକୁ ନେଇ ଶୁଣାଣି କରିଛନ୍ତି କୋର୍ଟ। ଏହାକୁ ନେଇ ଭିନ୍ନ ରାୟ ଦେବାରେ କିଛି ଆବଶ୍ୟକତା ନାହିଁ । ଦିଲ୍ଲୀ ମାମଲାରେ ଦିଆଯାଇଥିବା ରାୟ ସାରା ଦେଶ ପାଇଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Latest Posts

Don't Miss