ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ କଲେ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ୱେଲ

1 min read

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ୱେଲ ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ ତାଙ୍କ ଫ୍ୟାନ ମାନଙ୍କୁ ଏକ ଖୁସି ଖବର ଦେଇଛି । ମ୍ୟାକ୍ସଓ୍ୱେଲ ମାର୍ଚ୍ଚ ୧୮ରେ ତାଙ୍କ ଗାର୍ଲଫ୍ରେଣ୍ଡ ବିନି ରମଣଙ୍କୁ ବିବାହ କରିଛନ୍ତି । ମ୍ୟାକ୍ସଓ୍ୱେଲ ଓ ବିନି ଦୀର୍ଘଦିନ ଧରି ସମ୍ପର୍କରେ ଥିଲେ । ତେବେ ଚଳିତ ମାସ ୨୭ରେ ମ୍ୟାକ୍ସଓ୍ୱେଲ ଓ ବିନି ଉଭୟ ତାମିଲ ରୀତିନୀତିରେ ମଧ୍ୟ ବିବାହ କରିବେ ।

 

View this post on Instagram

 

A post shared by VINI (@vini.raman)

ମ୍ୟାକ୍ସୱେଲ ଓ ବିନିଙ୍କ ବାହାଘରରେ କେବଳ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତି ରହିଥିଲେ । ବାହାଘର ପରେ ଉଭୟ ପରସ୍ପରକୁ କିସ୍‌ କରିବା ବେଳର ଫଟୋକୁ ବିନି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହାର କ୍ୟାପସନରେ ସେ ମିଷ୍ଟର ଆଣ୍ଡ ମିସେସ ମ୍ୟାକ୍ସୱେଲ ଲେଖିଥିଲେ । ଏହି ପୋଷ୍ଟରୁ ସ୍ପଷ୍ଟ ହେଉଛି କି ଉଭୟ ୧୮.୩.୨୦୨୨ରେ ବିବାହ କରିଛନ୍ତି ।

 

 

View this post on Instagram

 

A post shared by VINI (@vini.raman)

ପୂର୍ବରୁ ୨୦୨୦ରେ ଉଭୟ ଇନଷ୍ଟାଗ୍ରାମରେ ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଥମେ ସେମାନେ ପାଶ୍ଚାତ୍ୟ ନୀତିକାନ୍ତି ଓ ପରେ ଭାରତୀୟ ପରମ୍ପରା ଅନୁସାରେ ପୁଣି ନିର୍ବନ୍ଧ କରିଥିଲେ। ଆଉ ଏବେ ମଧ୍ୟ ପ୍ରଥମେ ପାଶ୍ଚାତ୍ୟ ପରମ୍ପରା ବିବାହ କରିବା ପରେ ମାର୍ଚ୍ଚ ୨୭ରେ ଭାରତୀୟ ପରମ୍ପରାରେ ବିବାହ କରିବେ ।

ବିନି ରମଣ ଭାରତୀୟ ବଂଶୋଦ୍ଭବ ଅଟନ୍ତି । ବିନି ଏବେ ମେଲବର୍ଣ୍ଣରେ ମେଡିକାଲ ସାଇନ୍ସ ପଢ଼ୁଛନ୍ତି । ସେ ଗୋଟିଏ ତାମିଲ ପରିବାରରୁ ଆସିଛନ୍ତି। ତାଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି । ୨୦୧୭ରେ ଏକ ଆୱାର୍ଡ ଶୋ’ ରେ ବିନି ଓ ମ୍ୟାକ୍ସୱେଲ ପରସ୍ପରଙ୍କୁ ପ୍ରଥମେ ଦେଖିଥିଲା ।