ଶିଖର ଧାୱନଙ୍କୁ EDର ଜେରା; ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା
1 min read
ନୂଆଦିଲ୍ଲୀ : କ୍ରିକେଟର ଶିଖର ଧାୱନଙ୍କୁ EDର ଜେରା। ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରୁଛି ଇଡି। ଦିଲ୍ଲୀ ED ଅଫିସରେ ହାଜର ହୋଇଛନ୍ତି କ୍ରିକେଟର ଶିଖର ଧାୱନ। ବେଟିଂ ଆପ ମାମଲାରେ ଅନଲାଇନ ଅର୍ଥ କାରବାର ଏବଂ ନିବେଶ ପ୍ରସଙ୍ଗରେ ଚାଲିଛି ପଚରାଉଚରା। ଅବୈଧ ଅନଲାଇନ ଜୁଆ ଖେଳ ନେଇ ତନଘନା କରୁଛି ଇଡି। ୱାନ ଏକ୍ସ ବେଟ୍ ଏକ ଅବୈଧ ବେଟିଂ ଆପ୍ ତଦନ୍ତ ସହିତ ଜଡିତ ମନି ଲଣ୍ଡରିଂ ନିବାରଣ ଆଇନ PMLA ଅଧୀନରେ ଧାୱନଙ୍କ ବୟାନ ରେକର୍ଡ କରୁଛି ଇଡି। ୩୯ ବର୍ଷୀୟ ପୂର୍ବତନ ଭାରତୀୟ କ୍ରିକେଟର ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ପଚରାଉଚରା ସମୟରେ ଆପ୍ ସହିତ ତାଙ୍କର ଲିଙ୍କ୍ ଯାଞ୍ଚ କରିବାକୁ ଇଡି ଖୋଳତାଡ଼ କରୁଛି।
ବେଆଇନ ବେଟିଂ ପ୍ଲାଟଫର୍ମ ସହିତ ଜଡିତ ଅନେକ ମାମଲାର ତଦନ୍ତ କରୁଛି । ଅନେକ ଲୋକଙ୍କ କୋଟି କୋଟି ଟଙ୍କା ଏବଂ ନିବେଶକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଛି। ଗତ ମାସରେ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କୁ ସମାନ ଏହି ମାମଲାରେ ଇଡି ପଚରାଉଚରା କରିଥିଲା। ଇଡି ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୋଧରେ ତଦନ୍ତ କରୁଛି ଏବଂଏହିପରି ବେଟିଂ ପ୍ଲାଟଫର୍ମ ପାଇଁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ କ୍ରିକେଟରମାନଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଉପରେ ଧ୍ୟାନ ଦେଉଛି । ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନରେ ଏହି ମାମଲା ଚାଲିଛି ।