ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା, ୧୪ଟି ଟିମ ମିଶି କରୁଛନ୍ତି ଗଣନା

ଅନୁଗୁଳ: ଅନୁଗୁଳ ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ସାତକୋଶିଆ, ଆଠମଲ୍ଲିକ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ୧୪ଟି ଟିମ୍‌ ବିଭିନ୍ନ ଜାଗାକୁ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି। ବନ ବିଭାଗର ୧୪ଟି ଦଳ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି। ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିଲୋମିଟର ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଗଣନା ନିମନ୍ତେ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ବୋଟିଂ । କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ଵତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ଗଣନା କାର୍ଯ୍ୟର ତଦାରଖ କରୁଛନ୍ତି ।