ଖୋଜୁଥିଲେ ମାଛ, ଧରାପଡିଲା କୁମ୍ଭୀର

1 min read

ଯାଜପୁର: ଖରସ୍ରୋତା ନଦୀର ରାଜ ଘାଟ ନିକଟରୁ ଏକ ବିରଳ ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରଟିର ଲମ୍ଭ ରହିଛି ୩ ଫୁଟ । ନଦୀରେ ମାଛ ଧରିବା ପାଇଁ ସ୍ଥାନୀୟ ଲୋକେ ବନ୍ସି ଖାଡି ପକାଇଥିଲେ ।

ତା ପରଦିନ ଯାଇ ଦେଖନ୍ତି ସେହି ବନ୍ସି ଖାଡିରେ ଏକ କୁମ୍ଭୀର ଲାଗିରହିଛି । ରେ କୁମ୍ଭୀରଟିକୁ ଲୋକେ ଉଦ୍ଧାର କରି ସେହି ପାଖରେ ଥିବା ଏକ ନାଳରେ ଛାଡିଥିଲେ । କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋଙ୍କ ଭିଡ ଜମିଥିଲା ।

ଗ୍ରାମବାସୀ ମାନେ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରଟିକୁ ଉଦ୍ଧା କରିଥିଲେ । କିନ୍ତୁ ନଦୀରେ କୁମ୍ଭୀର ବାହାରୁଛି ଜାଣିବା ପରେ ଲୋକେ ଆତଙ୍କିତ । ')}

Leave a Reply