spot_img

Latest Posts

ବାତ୍ୟା ଦେଇଗଲା ଚାଷୀଙ୍କୁ ଦୁଃଖ

ଭୁବନେଶ୍ୱର : ବାତ୍ୟା ମିଗଜୋମ ପ୍ରଭାବରେ ଫସଲ ନଷ୍ଟ। ସୁନାର ଫସଲ ହରାଇ ଚିନ୍ତାରେ ଚାଷୀ। ନବରଙ୍ଗପୁର ଉମରକୋଟ ବ୍ଲକର ମୁର୍ତୁମା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ପରିମାଣରେ ମକା ଫସଲ ନଷ୍ଟ ହୋଇଛି। ଏକର ଏକର ଜମିରେ ମକା ଚାଷ ନଷ୍ଟ ହୋଇଛି। ମକା ଗଛରେ ଫୁଲ ଆସିବା ସହ ଫଳ ଫଳିବା ବି ଆରମ୍ଭ ହୋଇଥିଲା। ଆଉ ଅଳ୍ପ ଦିନ ମଧ୍ୟରେ ଅମଳ ହୋଇଥାନ୍ତା। କିନ୍ତୁ ବାତ୍ୟା ମିଗଜୋମ ସବୁ ଉଜାଡି ଦେଲା। ଚାଷୀ ଋଣ କରଜ କରି ମକା ଚାଷ କରିଥିଲେ। ସେହିପରି ଆସିକାରେ ମଧ୍ୟ ବାତ୍ୟା ପ୍ରଭାବରେ ଧାନ ଓ ପରିବା ଚାଷ ନଷ୍ଟ। ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ଯାଏଁ ଜମିରେ ଧାନ କଟା ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ବିଲରୁ ପାଣି ମଧ୍ୟ ଛାଡି ନାହିଁ ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ବାତ୍ୟା ପାଇଁ ଫସଲ ନଷ୍ଟ ହୋଇଛି। ଡୁଙ୍ଗୁରିପାଲି ଗମ୍ଭାରୀପାଳି ଗାଁରେ ପ୍ରାୟ ୯୦ ପ୍ରତିସତ ଚାଷୀଙ୍କ ଧାନ ଏବେ ଗଜା ମାରି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି l ଓଦା ଓ ଗଜା ଧାନକୁ ଉଚିତ ମୂଲ୍ୟରେ କ୍ରୟ କରିବା ସହିତ ତଦାରଖ କରି ଉଚିତ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ।

 

Latest Posts

Don't Miss