spot_img

Latest Posts

କୁଆ ପଥର ମାଡ଼ରେ ଫସଲ ନଷ୍ଟ: ପରିବାର ପ୍ରତିପୋଷଣ ଲାଗି ପ୍ରଶାସନ ଭରସାରେ ଚାଷୀ

ବରଗଡ଼: ସମଗ୍ର ରାଜ୍ୟରେ ଚାଷ ପାଇଁ ବେଶ ସୁନାମ ଅର୍ଜନ କରିଛି ବରଗଡ ଜିଲ୍ଳା । ସେ ଧାନ ଚାଷ ହେଉ ବା ପନିପରିବା ଚାଷ, ସବୁଥିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ବରଗଡ ଜିଲ୍ଳାର ଚାଷୀ । ତେବେ ବରଗଡ ଜିଲ୍ଳା ଏକ କୃଷି ପ୍ରଧାନ ଜିଲ୍ଲା ରୂପେ ପରିଗଣିତ  । ଜିଲ୍ଳାରେ ପ୍ରାୟ ୬୦% ଭାଗ ଚାଷ ଜମି ରହିଥିବା ବେଳେ ଏଠାକାର ୮୦% ଭାଗ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି ।

ସେ ଧନୀ ହେଉ ବା ଗରୀବ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା। ତେଣୁ ଜିଲ୍ଳାର ୩ ଲକ୍ଷ ପରିବାର ଚାଷ ଉପରେ ନିର୍ଭରଶୀଲ ଥିବା ବେଳେ ୨ଲକ୍ଷ, ୪୭ ହଜାର ୨୨ଜଣ ଶ୍ରମିକ ଚାଷ କାମ କରି ପରିବାର ପୋଷଣ କରିଥାନ୍ତି ।

ତେବେ ପ୍ରାୟ ୨ ଲକ୍ଷ ୪ ହଜାର ୨୪୭ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ୧ଲକ୍ଷ ୪୪ ହଜାର ୫ ଶହ ହେକ୍ଟର ଜମିରେ ପନିପରିବା ତଥା ଅନ୍ୟାନ ଚାଷ କରାଯାଇ ବ୍ୟାପକ ଫସଲ ଅମଳ କରାଯାଇଥାଏ ।

ମାତ୍ର ଅଦିନିଆ ବର୍ଷା ଓ କୁଆପଥର ବର୍ଷା ବରଗଡ ଜିଲ୍ଲାର ସୋହେଲା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି l ବାଇଗଣ, କଖାରୁ, ଆଳୁ, ପିଆଜ, ପୋଟଳ, ଇତ୍ୟାଦି ଫସଲ ହାନି ହୋଇଛି l ଉଜୁଡା କ୍ଷେତ କୁ ଦେଖି ଚିନ୍ତାରେ  ଚାଷୀ l

ତେବେ ବରଗଡ଼ ଜିଲ୍ଲା ର ସୋହେଲା ଅଂଚଳ ରେ ପନିପରିବା ଚାଷ ଠାରୁ ଆରମ୍ଭ କରି ଡ଼ାଲି ଜାତୀୟ ଶସ୍ୟ ଏବଂ ତୈଳଜାତୀୟ ଶସ୍ୟ ଯାହାକି ମୁଗ, ବିରି, କୋଳଥ ପରି ଡ଼ାଲି ଜାତୀୟ ଫସଲ ତଥା ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ ତୈଳବୀଜ ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଛି l ଉଜୁଡା ଖେତକୁ ଦେଖି ପରିବାର କିପରି ପୋଷଣ କରିବେ ଚିନ୍ତା କରିବା ସହ ଚାଷୀ ପ୍ରଶାସନଠୁ ସାହାଯ୍ୟ ମିଳିବ ବୋଲି ଆଶା କରିଛନ୍ତି l

ଚାଷ ଓ ଚାଷୀ ଙ୍କ ପାଇଁ ଅଧିକ ଅନୁସାଙ୍ଗିକ ସୁବିଧା ସୁଯୋଗ ମିଳିଲେ ବରଗଡ଼ ଜିଲ୍ଲା କେବଳ ଓଡ଼ିଶା ନୁହଁ ସାରା ଦେଶରେ ଚାଷ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ l ମାତ୍ର ଏହି ଅଦିନିଆ କୁଆପଥର ବର୍ଷା ବରଗଡ ଜ଼ିଲ୍ଲା ର ଚାଷୀ କୁ ହତାଶ କରିଛି ଓ ପ୍ରଶାସନ ତରଫରୁ ସହାୟତା ର ଆଶା ପୂରଣ ନହେଲେ ଚାଷୀ ରାଜରାସ୍ତା କୁ ଓ଼ଲ୍ଳେଇବେ ବୋଲି ଚେତାବନି ଦେଇଛନ୍ତି l

Latest Posts

Don't Miss