spot_img

Latest Posts

ନବୀନ ନିବାସରେ ଟିକେଟ ପାଇଥିବା ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର: ଟିକେଟ ଘୋଷଣା ପରେ ନବୀନ ନିବାସରେ ଲାଗିଛି ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ଭିଡ଼। ଟିକେଟ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଅନେକ ପ୍ରାର୍ଥୀ। ନବୀନ ନିବାସରେ ପହଁଞ୍ଚିଥିଲେ ରେଢାଖୋଲ ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ହିନ୍ଦୋଳ ବିଧାୟିକା ସୀମା ନାୟକ ନବୀନ ନିବାସରେ ପହଞ୍ଚିଥିଲେ। ଜୟପୁର ବିଜେଡି ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ ବି ନବୀନ ନିବାସ ପହଞ୍ଚିଥିଲେ। ଜୟପୁରରୁ ବିଜେଡି ଟିକେଟ ଦେଇଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇନ୍ଦିରା। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ଜଣେ ମହିଳା ଜୟପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଇନ୍ଦିରା।

ସେହିପରି ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ଓ ଦେବଗଡ଼ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଅନୁଗୁଳ ପ୍ରାର୍ଥୀ ସଂଯୁକ୍ତା ସିଂ, ବିଜେଡି ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେଡି ପଦ୍ମପୁର ପ୍ରାର୍ଥୀ ବର୍ଷା ସିଂ ବରିହା ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି।

Latest Posts

Don't Miss