ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଟୁକୁନା : ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ୍ । ଘଣାସ୍ଥଳରେ ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି । ଘଟଣାରେ ମୋଟ ୧୨ରୁ ୧୫ ଜଣଙ୍କୁ ଚିହ୍ନଟ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍ଗକର ଦାସ ।

ଗତକାଲି ସିଆରପି ଛକରେ ପୂର୍ବ ବିବାଦରୁ ଟୁକୁନା ଦାଶଙ୍କୁ ହତ୍ୟା କରିଥିଲେ ସୁଧୀର ଓ ସାଗର । ତେବେ ହତ୍ୟାକାଣ୍ଡ ପରେ ପିସିଆର ଭ୍ୟାନ୍ କାଚ ଭାଙ୍ଗି ହତ୍ୟାକାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ ଲୋକେ । ଏହା ସହିତ ପିସିଆର୍ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଭିଡ଼ିଓ ଫୁଟେଜକୁ ଆଧାର କରି ପୋଲିସ୍ ସେମାନଙ୍କୁ ଗିରଫ କରିଛି ।

ଟୁକୁନାଙ୍କ ସହ ଅଭିଯୁକ୍ତ ଦୁଇ ଭାଇ ସୁଧୀର ଓ ସାଗରର ପୂର୍ବରୁ ବିବାଦ ଥିଲା । ଗତକାଲି ଟୁକୁନା ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ପରେ ଦୁଇ ଭାଇ ସେହି ଛୁରୀରେ ଟୁକୁନାକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଟୁକୁନାର ମୃତ୍ୟୁ ହୋଇଥିଲା ବୋଲି ଡିସିପି କହିଛନ୍ତି । ସେହିପରି ଗତକାଲି ଅଭିଯୁକ୍ତ ସୁଧୀର ଓ ସାଗର, ଟୁକୁନାକୁ ପିକ୍ ଅପ୍ ଭ୍ୟାନରେ ନେବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

Leave a Reply