spot_img

Latest Posts

କୋବ୍ରା ବାହିନୀରେ ସାମିଲ୍ ହେଲେ ମହିଳା, ନକ୍ସଲଙ୍କ ସହ ଲଢ଼ିବାକୁ ନେବେ କଠୋର ତାଲିମ

ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ଅଞ୍ଚଳରେ ନକ୍ସଲଙ୍କୁ ଜବାବ ଦେବାକୁ ସିଆରପିଏଫ୍ କୋବ୍ରା ବାହିନୀରେ ମହିଳାଙ୍କୁ ସାମିଲ୍ କରିଛି। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ନିଯୁକ୍ତି ସରିଛି । ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ଏବଂ ଗଣ କୌଶଳ ସହ ପରିଚିତ କରାଇ ଦେଶର ଲାଲ୍ ବାହିନୀ ସକ୍ରିୟ ଥିବା ଅଞ୍ଚଳରେ ମୁତ୍ତୟନ କରାଯିବ। ଶନିବାର ଦିନ ସିଆର୍ପିଏଫ୍ର ୮୮ ତମ ସମ୍ପୂଣ୍ଣ ମହିଳା ବାଟାଲିୟନର ସ୍ଥାପନା ଦିବସ ଅବସରରେ ଏହି ମହିଳା କୋବ୍ରା ବାହିନୀ ଆରମ୍ଭ ନେଇ ଘୋଷଣା କରାଯାଇଛି।

 

ଦେଶର କିଛି ପାହାଡ଼ ଏବଂ ଜଙ୍ଗଲ ଘେରା ଅନୁନ୍ନତ ଅଞ୍ଚଳରେ ନକ୍ସଲ ବାହିନୀ ନିଜର ତାଣ୍ଡବ ରଚନା କରୁଛନ୍ତି। ବିଭିନ୍ନ ସମୟରେ ସେମାନେ ଦେଶର ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ସହ ନିରୀହ ଜୀବନ ନେଉଛନ୍ତି। ଏହାର ଉଚିତ ମୁକାବିଲା କରିବା ତଥା ଏପରି ହିଂସା ପ୍ରବଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଭାରତ ସରକାରଙକ୍ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସିଆର୍ପିଏଫ୍ର ସ୍ବତନ୍ତ୍ର ନକ୍ସଲ ବିରୋଧୀ କୋବ୍ରା ବାହିନୀ ମୁତ୍ତୟନ କରାଯାଇଛି। ଏହି ବାହିନୀ ସମ୍ପୂଣ୍ଣ ଭାବେ ପୁରୁଷଙ୍କ ଦ୍ବାରା ଅଧିକୃତ ଥିଲା। ହେଲେ ମହିଳାମାନେ ଦେଶର ପ୍ରତିରକ୍ଷା ଏବଂ ବିଭିନ୍ନ ବିକାଶ ମୂଳକ କ୍ଷେତ୍ରରେ ସାରଥୀ ହୋଇ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ଏହାକୁ ଆଖିରେ ରଖି ସରକାର ଏପରି ଏକ ଗୁରୁତ୍ବପୂଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ଉଚିତ ମାର୍ଗ ବୋଲି ଗ୍ରହଣ କରାଯାଉଛି।

ବିଶ୍ବର ପ୍ରଥମ ସମ୍ପୂଣ୍ଣ ମହିଳା ବାଟାଲିୟନ୍ ଭାବେ ପରିଚୟ ହାସଲ କରିଥିବା ସିଆର୍ପିଏଫ୍ର ୮୮ ତମ ବାଟାଲିୟନ୍ରେ ସାମିଲ୍ ହୋଇଥିବା ଏହି ମହିଳାଙ୍କୁ ନକ୍ସଲଙ୍କ ସହ ଲଢ଼ିବା ତଥା କୋବ୍ରା ବାହିନୀ ସହ କାର୍ଯ୍ୟ କରିବାର କୌଶଳ ପ୍ରଦାନ କରାଯିବ ବୋଲି ସିଆର୍ପିଏଫ ପକ୍ଷରୁ କୁହାଯାଇଛି। ଠିକ୍ ସେହିପରି ଶନିବାର ଦିନ ଏହି କେନ୍ଦ୍ରୀୟ ବଳ ସ୍ବତନ୍ତ୍ର ମହିଳା ବ୍ରାସ୍ ବ୍ୟାଣ୍ଡ ଆରମ୍ଭ କରିଛି। ଏହା ପୂର୍ବରୁ ଏକ ସ୍ବତନ୍ତ୍ର ମହିଳା ପାଇପ୍ ବ୍ୟାଣ୍ଡ ମଧ୍ୟ ଏଠାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିଲା ।

Latest Posts

Don't Miss