ତୃତୀୟ ଲହର ପାଇଁ ପ୍ରାକ୍ ପ୍ରସ୍ତୁତି, କୋଭିଡ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି । ସବୁ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସଂକ୍ରମଣ କମିଥିବାରୁ ସ୍କୁଲ, କଲେଜ ଖୋଲା ରହିଛି । ଦୋକାନ ବଜାର ସହିତ ଅର୍ଥନୀତି ସମ୍ପର୍କିତ ଅନେକ ଅନୁଷ୍ଠାନ ଖୋଲା ରହିଛି ।

ଏଣୁ କରୋନାକୁ ନିୟନ୍ତ୍ରଣରେ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଗାଁ ଗାଁରେ ସରପଞ୍ଚ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଜରିଆରେ ସ୍ଥିତି ପରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣକୁ ମଧ୍ୟ ଫୋକସ କରାଯାଇଛି । କୋଭିଡ ନିୟମ ମାନି ଚଳିବା ସହିତ ଜନସାଧାରଣ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ନିୟମ ଭାଙ୍ଗିଲେ ଜରିମାନା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ କରୋନାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply