ଆଇପିଏଲ୍ ୨୦୨୧: ମୁମ୍ୱାଇ ବିପକ୍ଷ ମ୍ୟାଚ୍‌ରେ ୨୦ରନ୍‌ରେ ଚେନ୍ନାଇ ବିଜୟୀ

ଦୁବାଇ: ମୁମ୍ୱାଇ ବିପକ୍ଷ ମ୍ୟାଚ୍‌ରେ ୨୦ରନ୍‌ରେ ବିଜୟୀ ହୋଇଛି ଚେନ୍ନାଇ ସୁପରକଙ୍ଗସ୍ । ୧୫୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ନିର୍ଦ୍ଦାରିତ ଓଭର ମଧ୍ୟରେ କେବଳ ୮ ଓ୍ୱିକେଟ ବିନିମୟରେ କେବଳ ୧୩୬ କରିବାକୁ ସମର୍ଥ ହୋଇଥିଲା । ମୁମ୍ୱାଇ ପାଇଁ ସୌରଭ ତିଓ୍ୱାରୀ ସର୍ବାଧିକ ୫୦(୪୦) ରନ୍‌ କରିବାରେ ସଫଳ ହୋଇଥିବା ବେଳେ ଓପନିଂ କରିବାକୁ ଆସିଥିବା କ୍ୱଣ୍ଟନ୍ ଡି କକ୍ ୧୭ ରନ୍ କରିବାରେ ସଫଳ ହୋଇଥିଲେ । ଚେନ୍ନାଇ ପକ୍ଷରୁ ବ୍ରାଭୋ ସର୍ବାଧିକ ୩ ଓ୍ୱିକେଟ ନେଇଥିବା ବେଳେ ଦୀପକ ଚହର ୨ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଓ୍ୱିକେଟ ନେବାରେ ସମର୍ଥ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଆଜିର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ତେବେ ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଛି  । ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଫାଫ୍ ଡୁପ୍ଳେସିସ୍ ବିନା କୌଣସି ରନ୍ କରି ଫେଭିଲିୟନ୍ ଫେରିଯାଇଥିବା ବେଳେ ୩ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ ଅଲ୍ଲୀ ମଧ୍ୟ ବିନା କୌଣସି ରନ୍ କରି ଆଉଟ ହୋଇଛି । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ଅମ୍ୱାତି ରାଇଡୁ ଆହତ ହୋଇ ଫେଭିଲିୟନ୍ ଫେରିଛନ୍ତି । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରାଇନା ମଧ୍ୟ ନିରାଶ କରିଛନ୍ତି । ମାତ୍ର ୪ରନର ବ୍ୟକ୍ତିଗତ ସ୍କୋରରେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଛନ୍ତି ଚେନ୍ନାଇ ଷ୍ଟାର ବ୍ୟାଟ୍ସ ମ୍ୟାଚ୍ ରାଇନ୍ ହୋଇଥିଲେ ।

କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ। । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରାଭୋଙ୍କ ଧୂଆଁଧାର ସ୍କୋାର ଏହି ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ କୋହଲୀ

Leave a Reply