spot_img

Latest Posts

ଗରିବଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି ଜିରା

ଭୁବନେଶ୍ୱର : ୨ ମାସ ହେଲାଣି ଜିରା ଦର ୮୦୦ରୁ ୧ ହଜାର ଟଙ୍କାରେ ବିକ୍ରି ହେଉଛି । ସହରର ସ୍ବଚ୍ଛଳ ଲୋକେ କଷ୍ଟେ ମଷ୍ଟେ କିଣୁଛନ୍ତି କିନ୍ତୁ ଗାଁର ଗରିବଙ୍କ ହାଣ୍ଡିଶାଳରୁ ଏବେ ଉଭାନ ହେଲାଣି ଜିରା । ସେପଟେ ଡାଲି ଦର ବି ଆକାଶଛୁଆଁ । କଣ ଖାଇବେ, କେତେ କିଣିବେ ଜାଣିପାରୁନାହାନ୍ତି  ଖାଉଟି। ଅନ୍ୟପଟେ ବେଧଡ଼କ ଭାବେ ଚୀନ୍ ଓ ଅନ୍ୟଦେଶକୁ ଭାରତରୁ ଜିରା ରପ୍ତାନୀ ଚାଲିଛି । ଧୀରେ ଧୀରେ ଜିରା ମୋହରୁ ମନ ହଟାଇବାକୁ ବାଧ୍ୟ ହେଲେଣି ଗାଁର ଗରିବ ଲୋକେ । ଜିରା କିଲୋ ୮୦୦ , ଡାଲି ୨୦୦ ଟଙ୍କା । ବାଛିବାଛି ଲୋକଙ୍କ ଦ୍ବାରା ବହୁଳ ବ୍ୟବହାର ହେଉଥିବା ଖାଦ୍ୟଶସ୍ୟର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି କର୍ପୋରେଟ୍ ସଂସ୍ଥା। ଏନେଇ ରାଜ୍ୟର ବ୍ୟବସାୟୀ ମହାସଂଘ ବି ଅସନ୍ତୁଷ୍ଟ। ଲୋକଙ୍କ ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ୨୦୧୪ରେ ଶାସନକୁ ଆସିଥିଲେ କେନ୍ଦ୍ର ସରକାର । ସେଇ ସରକାର ଏବେ ଲୋକଙ୍କୁ ଦରଦାମ ନିଆଁରେ ଘାଣ୍ଟି ଚାଲିଛନ୍ତି । ଅଭିଯୋଗ ଆସିଲେ କେନ୍ଦ୍ର ସରକାରଙ୍କ ମୁଣ୍ଡିଆଳମାନେ ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ପାଦନ କମ୍ ହୋଇଛି ବୋଲି କହି ବାହାନା କରିଚାଲିଛନ୍ତି।ବଜାରରେ ବ୍ରିକି ହେଉଛି ନକଲି ଜିରା | Kanak News

ସ୍ବଚ୍ଛଳ ଲୋକେ ଯେନତେନ ପ୍ରକାରେ ଅଳ୍ପ ବହୁତ କିଣୁଛନ୍ତି କିନ୍ତୁ ଗାଁର ଗରିବ ଲୋକଙ୍କ ପାଖରେ ଶହେ ଗ୍ରାମ ଜିରାକୁ ୮୦ ଟଙ୍କା ଦେଇ କିଣିବାର ସମ୍ବଳ କାହିଁ ? କେନ୍ଦ୍ର ସରକାର ଜାଣିଶୁଣି ଲୋକଙ୍କୁ ମହଙ୍ଗା ଦରରେ ଅଭ୍ୟସ୍ତ କରିବା ପାଇଁ ଏକ ପ୍ରକାର ପଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । କୌଣସି ସାମଗ୍ରୀ ଯୋଗାଣ ନିଅଣ୍ଟ ହେଲେ କିଛି ଦିନ କିମ୍ବା ସପ୍ତାହ ପାଇଁ ଦର ଉଚ୍ଚା ରହିଥାଏ। ଦୁଇମାସ ହେଲାଣି ଯେପରି ଜିରାର ଚଢ଼ା ଦର ରହିଲାଣି ଆଉ ଜିରା କିଲୋ ୨୦୦ ଟଙ୍କାକୁ ଖସିବ ସେ ଆଶା ଦେଖାଯାଉନି। ଜିରା ଦର ଉଚ୍ଚା ରହୁଥିବାରୁ ପ୍ୟାକେଟ୍ ମସଲା ଦାମ ବି କମ୍ପାନୀ ବଢାଇଲେଣି। ଲୋକେ ଆଉ କେତେ ଦଶା ଭୋଗିବେ ତାର ଉତ୍ତର କାହା ପାଖରେ ନାହିଁ।

Latest Posts

Don't Miss