spot_img

Latest Posts

୩ହଜାର ଟଙ୍କାର ଖାଇ ଦେଲେ ୭୫ହଜାର ଟଙ୍କା ଟିପ୍ । କାନ୍ଦିପକାଇଲେ ୱେଟର

ନ୍ୟୁଜର୍ସୀ: ମହାମାରୀ କାରଣରୁ ସବୁ ପ୍ରକାର ବ୍ୟବସାୟ ଏବେ ଠପ୍ । ଏଭଳି ପରିସ୍ଥିତିରେ ଦିନ ମଜୁରୀଆଙ୍କ କଥା କହିଲେ ନ ସରେ । ଏବଂ ବିଭିନ୍ନ ହୋଟେଲରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟ ସମାନ ଅବସ୍ଥା । ହୋଟେଲ ବଜାର ବନ୍ଦ ଥିବାରୁ ସଂଘର୍ଷ କରୁଛନ୍ତି ଏମାନେ । କିନ୍ତୁ ଏଭଳି ପରିସ୍ଥିତିରେ ଯିଏ ସହାୟତାର ହାତ ବଢାଇଦେଉଛି ସେମାନେ ଖୁସି ହୋଇ କାନ୍ଦିପକାଉଛନ୍ତି । ଏଭଳି ଏକ ଘଟଣା ନ୍ୟୁଜର୍ସିର ଏକ ରେଷ୍ଟୁରାଣ୍ଟର । ଯେତେବେଳେ ହୋଟେଲର ଜଣେ କର୍ମଚାରୀ ତାଙ୍କର ଜଣେ ନୀତିଦିନିଆ ଗ୍ରାହକଙ୍କୁ ଖାଇବାକୁ ଦେଇଥିଲେ ଏବଂ ସେ ଟିପ୍ ଆକାରରେ ଦେଇଥିଲେ ପ୍ରାୟ ୧୦୦୦ଡଲାର ବା ୭୫,୧୯୫ଟଙ୍କା । ସେତେବେଳେ କର୍ମଚାରୀ ଜଣଙ୍କ କାନ୍ଦିପକାଇଥିଲେ । ଦି ଷ୍ଟାରବିଂ ଆର୍ଟିଷ୍ଟ ରେଷ୍ଟୁରାଣ୍ଟର ମାଲିକ ଆର୍ନୋଲ୍ଡ ଟେକ୍ସେରା କହିଛନ୍ତି ଯେ ସେ ହେଉଛନ୍ତି ତାଙ୍କ ରେଷ୍ଟୁରାଣ୍ଟର ନିୟମିତ ଗ୍ରାହକ ଏବଂ ୨୦୦୧ ମସିହାରୁ ସେ ଏହି ରେଷ୍ଟୁରାଣ୍ଟକୁ ଲଗାତାର ଆସନ୍ତି ।

ଭାବୁକ ହୋଇ କାନ୍ଦି ପକାଇଲେ କର୍ମଚାରୀ

ଟେକ୍ସେରା କହିଛନ୍ତି, ‘ଗ୍ରାହକ ଏବଂ ତାଙ୍କ ପରିବାର ରେଷ୍ଟୁରାଣ୍ଟରେ ଖାଇବା ପରେ ସେଠାରୁ କିଛି ନ କହି ଚାଲିଗଲେ । ଯେତେବେଳେ ଖାଦ୍ୟପଦାର୍ଥ ଭାଢୁଥିବା ୱେଟର ତାଙ୍କୁ ଦିଆଯାଇଥିବା ଟିପ୍ ଦେଖିଲେ, ସେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ । ଏହା ପରେ ଆଉ ଜଣେ କର୍ମଚାରୀ ମଧ୍ୟ କାନ୍ଦିବାକୁ ଲାଗିଲେ । ଏହା ପରେ ଯେତେବେଳେ ମୁଁ ଟିପ୍ ଏବଂ ଏହା ସହିତ ଲେଖାଯାଇଥିବା ଏକ ନୋଟ୍ ପଢିଲେ, ମୁଁ ମଧ୍ୟ କାନ୍ଦିବାକୁ ଲାଗିଲି । ତାଙ୍କ ନୋଟ୍ ପଢି, ମୁଁ ଏହି ସଙ୍କଟପୂର୍ଣ୍ଣ ସମୟରେ ତାଙ୍କର ଉଦାରତା ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇଗଲି ।’

ଗ୍ରାହକ ଧନ୍ୟବାଦ କରିଥିଲେ

ଗ୍ରାହକ ଜଣଙ୍କ ଟିପ୍ ସହ ଏକ ନୋଟ୍ ଛାଡିଛନ୍ତି ଯେଉଁଥିରେ ସେ ଏହି ଚ୍ୟାଲେଞ୍ଜିଂ ସମୟରେ କାର୍ଯ୍ୟ ଜାରି ରଖିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଆମେ ତୁମର ସୁସ୍ୱାଦୁ ଖାଦ୍ୟ, ସୁନ୍ଦର ବ୍ୟବହାର ଏବଂ ଉତ୍ତମ ପରିବେଶ ପାଇଁ ଆମେ ବହୁତ କୃତଜ୍ଞ । ଆମେ ଚାହୁଁଛୁ ତୁମେ ଜାଣ ଯେ ଆମେ ସମସ୍ତଙ୍କୁ ବହୁତ ଭଲପାଉଛୁ । ତେବେ ଏହି ନୋଟର ଶେଷରେ ସେ ଏହି ଟିପ୍ ସେଠାରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀଙ୍କ ପାଇଁ ବୋଲି ଲେଖିଥିଲେ ।

Latest Posts

Don't Miss