spot_img

Latest Posts

୨୭ ତାରିଖରୁ ବାଲିଯାତ୍ରା, ମହାନଦୀ ପଠାରେ ଜମିବ ବାଣିଜ୍ୟ ମେଳା

କଟକ: ପାଖେଇ ଆସିଲାଣି କଟକ ବାଲିଯାତ୍ରା। ୨୭ ତାରିଖରୁ ମହାନଦୀ ପଠାରେ ଜମିବ ବାଣିଜ୍ୟ ମେଳା। ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ। କଟକ ବାଲିଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଓରମାସ। ପ୍ରତିବର୍ଷ ମହାନଦୀ ବାଲୁକା ଶଯ୍ୟାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ୨୦୨୨ରେ ଏଠାରେ ୩୫୦ ଷ୍ଟଲ ହୋଇଥିବା ବେଳେ ଏଥର ୪୫୦ ଷ୍ଟଲ ଖୋଲିବ। ମିଶନ ଶକ୍ତି, ନାବାର୍ଡ, ହସ୍ତଶିଳ୍ପ, ବୟନ ଶିଳ୍ପ ସାଙ୍ଗକୁ ବାହାର ରାଜ୍ୟର ଉଦ୍ୟୋଗୀ ତାଙ୍କ ଉତ୍ପାଦ ନେଇ ଏଠାକୁ ଆସିବେ। ଯାତ୍ରାର ସିଂହ ଭାଗ ଆର୍ଥିକ କାରବାର ପଲ୍ଲିଶ୍ରୀ ମେଳାରେ ହୋଇଥାଏ । ସେଥିପାଇଁ ଏବେଠାରୁ ଆରମ୍ଭ ହେଲାଣି ଷ୍ଟଲ ନିର୍ମାଣ। ଏଥର ମଧ୍ୟ ବେଶ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ଆୟୋଜକ ।

ଏଥର ଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବାକୁ ଯାଉଛି ଗ୍ରାମୀଣ ଓଡିଶା । ସୁବାସ କ୍ରିଏସନ ପକ୍ଷରୁ ପ୍ରଥମ ଥର ପାଇଁ କଟକ ଇନ କଟକରେ କରାଯାଉଥିବା ପ୍ରାୟ ୨୮ ଟି ପ୍ରକଳ୍ପରେ ଗୋପାଳନ, କୁକୁଡ଼ା, ବତକ, ଛେଳି ପାଳନ, ମାଛ ଚାଷ, ଛତୁ ଚାଷ ଆଦି ଗ୍ରାମ୍ୟ ପରିବେଶ ମଧ୍ୟରେ ଉପସ୍ଥାପନ କରାଯିବ। ଏହା ଦେଖଣାହାରୀଙ୍କୁ ଆନନ୍ଦ ଦେବା ସହିତ ଓଡିଶାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇବ। ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲାଗି ପଡ଼ିଛନ୍ତି କାରିଗର।

ଆଉ ୪ଦିନ ପରେ ଐତିହାସିକ ବାଲିଯାତ୍ରା ହୋଇଥିବାରୁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦର୍ଶକ ତଥା କଳାକାର ସମସ୍ତେ ଏହାକୁ ନେଇ ବେଶ ଉତ୍କଣ୍ଠିତ ।

Latest Posts

Don't Miss